ଟୋଲ ଗେଟ୍ କର୍ମଚାରୀ-ପର୍ଯ୍ୟଟକ ପିଟାପିଟି, ବସ ଭଙ୍ଗାରୁଜା

ଆଠଗଡ, ୨୩।୫ ଟୋଲ ଗେଟରେ ପାରି ହେବା ପାଇଁ ଦେବାକୁ ପଡୁଥିବା ଟଙ୍କାକୁ ନେଇ ମୁଣ୍ଡଳୀ ଟୋଲ ଗେଟ ଗେଟ କର୍ମଚାରୀ ଓ ଛତିଶଗଡର ଟୁରିଷ୍ଟ ବସ ଯାତ୍ରୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ଝଗଡା ଓ ମାରପିଟ୍ ହୋଇଛି। ଏପରିକି ଗଣ୍ଡଗୋଳ ବେଳେ ଟୋଲ ଗେଟ୍ କର୍ମଚାରୀ ବସକୁ ଭଙ୍ଗାରୁଜା କରିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚିଛି।

ଛତିଶଗଡରୁ ୨ଟି ବସରେ ଯାତ୍ରୀମାନେ ଓଡିଶାର ବିଭିନ୍ନ ସ୍ଥାନ ବୁଲିବାକୁ ଆସିଛନ୍ତି। ମୁଣ୍ଡଳୀ ଟୋଲ ଗେଟରେ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ ଉଭୟଙ୍କ ଭିତରେ ଝଗଡା ହୋଇଥିଲା । ବସ୍ ଯାତ୍ରୀ ଓ ଟୋଲ ଗେଟ୍ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୧୦ ଜଣ ଆହତ ହୋଇଥିବାବେଳେ ଗେଟରେ ଥିବା ଜଣେ କର୍ମଚାରୀଙ୍କ ମୁଣ୍ଡ ଫାଟି ଗୁରୁତର ଆହତ ହୋଇଛନ୍ତି।