ନୂଆଦିଲ୍ଲୀ : ସନ୍ଦେହଜନକ ଭାବେ ଉଦ୍ଧାର ହେଲା ନର୍ସଙ୍କ ମୃତଦେହ । ଉଦୟପୁର କାନୋଡ ଅଞ୍ଚଳରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସରକାରୀ କ୍ବାଟର୍ସରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ନର୍ସ ଜଣକ ହେଲେ ଅନୀତା । ପ୍ରେମଜନିତ ବ୍ୟାପାରରୁ ଏଭଳି ଘଟିଥିବା ଜଣାପଡ଼ିଛି । ପୁଲିସ ମୃତଦେହକୁ ଉଦ୍ଧାର କରିଥିବାବେଳେ ଡାକ୍ତରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ।
ଡାକ୍ତର ସୁରେନ୍ଦ୍ରଙ୍କ ପ୍ରେମରେ ଏହି ନର୍ସ ଜଣକ ପଡ଼ିଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ନର୍ସ ଜଣକ ବିବାହିତା ହୋଇଥିବାବେଳେ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ । ସେ ଧୋକା ଦେବା ପରେ ଆତ୍ମହତ୍ୟା କରିଥାଇପାନ୍ତି ବୋଲି ସନ୍ଦେହ କରାଯାଉଛି ।