ଭୁବନେଶ୍ୱର, ୨୨/୦୭ : ଆଉ ଠିକ୍ ୫ ଦିନ ପରେ ଅର୍ଥାତ ଆସନ୍ତା ୨୭ ତାରିଖରେ ଶିବ ଶୟନ ଚତୁର୍ଦ୍ଦଶୀ । ଏହି ପବିତ୍ର ଦିନଠାରୁ ନଭେମ୍ବର ୨୩ ତାରିଖ ଅର୍ଥାତ କାର୍ତ୍ତିକ ମାସର ଶିବ ଉତ୍ଥାପନ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ବା ବର୍ଷା ଋତୁର ୪ ମାସ(ଚତୁର୍ମାସ)ନିଦ୍ରା ଯୋଗ କରିବେ ଏକାମ୍ର ଅଧିଶ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ତେଣୁ ଏହି ୪ ମାସ ନିମନ୍ତେ ଏକାମ୍ର କ୍ଷେତ୍ରର ଶାସନ ଭାର ସେ କେଦାରଗୌରୀ ନିକଟ ଭଣଜା ପର୍ଶୁରାମେଶ୍ୱରଙ୍କୁ ଆଜି ପବିତ୍ର ପର୍ଶୁରାମଷ୍ଟମୀ ତିଥିରେ ପ୍ରଦାନ କରିଛନ୍ତି ।

ଏହି କ୍ରମରେ ଶ୍ରୀଜିଉ ଭଣଜାଙ୍କ ନିକଟକୁ ବିଜେ କରିଥିଲେ । ଭୋଗମଣ୍ଡପ ନୀତି ବଢିବା ପରେ ଯାତ୍ରାପୂଜା ଆରମ୍ଭ ହୋଇ ସାନି ମହାସ୍ନାନ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ କରାଯାଇଥିଲା । ଦ୍ୱିପହର ଧୂପ ପରେ ସୁସଜ୍ଜିତ ବିମାନ ଓ ପାଲିଙ୍କି ଯୋଗେ ଦେବଦେବୀ ଗଣ ପର୍ଶୁରାମେଶ୍ୱରଙ୍କ ମନ୍ଦିରକୁ ବିଜେ କରିଥିଲେ । ସେଠାରେ ଭେଟ ଆଳତୀ ଓ ଭୋଗଲାଗି ପରେ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏମିତିକି ପାଖରେ କେଦାରେଶ୍ୱରଙ୍କ ମନ୍ଦିର ଥିବାରୁ ସାଙ୍କେତିକ ଭାବେ ଏକ ଭେଟ ଆଳତୀ ଓ ଭୋଗ ମଧ୍ୟ ଲାଗି ହୋଇଥିଲା । ଏହି ନୀତି ପରେ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।

ଆହୁରି ପଢନ୍ତୁ- DSC Arjun : ଇଷ୍ଟକୋଷ୍ଟ ରେଲୱେରେ AIର ଏଣ୍ଟ୍ରି, ଯାତ୍ରୀଙ୍କୁ ସୁରକ୍ଷା ଦେବ 'DSC ଅର୍ଜୁନ'

Jagannath’s Favorite Poda Pitha| ଜଗାର ପ୍ରିୟ ପୋଡ଼ପିଠା କେମିତି ହୁଏ ପ୍ରସ୍ତୁତ ? ଶୁଣନ୍ତୁ ସେବକଙ୍କ ମୁହଁରୁ...