PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ସାମୁହିକ କପି:୯୫୯ ଛାତ୍ରଛାତ୍ରୀ ଏକାଭଳି ଲେଖିଲେ ଉତ୍ତର ଓ ଭୁଲ ମଧ୍ୟ ସମାନ

ନୂଆଦିଲ୍ଲୀ,୧୬।୭: ଗୁଜରାଟର ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ  ଶିକ୍ଷା ବୋର୍ଡର ଅଧିକାରୀଙ୍କୁ ନିକଟରେ ଜଣାପଡିଥିଲା ଦ୍ବାଦଶ ଶ୍ରେଣୀର ୯୫୯ ଛାତ୍ର-ଛାତ୍ରୀ ପରୀକ୍ଷାରେ ସାମୁହିକ କପି କରିଛନ୍ତି। ଏକ ରିପୋର୍ଟ ଅନୁସାରେ ଏହି ଛାତ୍ର-ଛାତ୍ରୀମାନେ ସମସ୍ତ ଉତ୍ତର ଏକାଭଳି ସମାନ ଲେଖିଥିବା ବେଳେ ଭୁଲ ମଧ୍ୟ ଗୋଟିଏ ପ୍ରକାର ସମସ୍ତେ କରିଛନ୍ତି। ଏବେ ଏହି ସମସ୍ତ ୯୫୯ ଛାତ୍ର-ଛାତ୍ରୀଙ୍କ ପରୀକ୍ଷାଫଳାକୁ ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ଏହା ସହ ସେମାନେ ଯେଉଁ ବିଷୟରେ କପି କରୁଥିବାର ସନ୍ଦେହ ରହିଛି ସେହି ବିଷୟରେ ତାଙ୍କୁ ଫେଲ କରିଦିଆଯାଇଛି।ଏବେ ଏହି ଘଟଣା ଗୁଜରାଟ ଶିକ୍ଷା ବିଭାଗ ପାଇଁ ବଡ ସମସ୍ୟା ପାଲଟିଛି।

ବୋର୍ଡ ଅଧିକାରୀଙ୍କୁ କିଛି କେନ୍ଦ୍ରରେ ଏକା ଭଳି କପି ଲେଖା ହୋଇଥିବାର ଅଭିଯୋଗ ମିଳିଥିଲା। ଅଭିଯୋଗ ମିଳିବା ପରେ ଅଧିକାରୀମାନେ ଏହାର ତଦନ୍ତ କରିଥିଳେ। ଏଭଳି କେନ୍ଦ୍ର ମୁଖ୍ୟତଃ ଜୁନାଗଡ ଓ ଗିର-ସୋମନାଥ ଜିଲ୍ଲା​ରେ ରହିଛି। ଏହାମଧ୍ୟରୁ ଗୋଟିଏ କେନ୍ଦ୍ରରେ ୨୦୦ ପରୀକ୍ଷାର୍ଥୀ ‘ଦିକଡି ଘର ନି ଦିଓ୍ବଡି(ଝିଅ ପରିବାରର ଦୀପକ ଅଟେ) ବିଷୟ ଉପରେ ନିବଦ୍ଧ ଲେଖିଥିଲେ ଓ ସମସ୍ତଙ୍କ ଲେଖା ଏକାଭଳି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରହିଥିଲା। ଏପରିକି ଗୋଟିଏ ଭୁଲକୁ ମଧ୍ୟ ସମସ୍ତେ ଲେଖିଥିଲେ।

ଆଉ ଏକ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ପରୀକ୍ଷା କେନ୍ଦ୍ରରେ ଶିକ୍ଷକ ଡାକି ଡାକି ଉତ୍ତର ଲେଖାଉଥିଲେ। ସମସ୍ତ ଛାତ୍ର-ଛାତ୍ରୀ ବାହାରର ହୋଇଥିବା ବେଳେ ସେମାନେ ସାଧାରଣ ଛାତ୍ରଙ୍କ ଭଳି ମାନ୍ୟତା ପାଇବା ପାଇଁ ୩୫ ହଜାର ଟଙ୍କା ଦେଇଥିଲେ। ଗୁଜରାଟ ବୋର୍ଡ ଇତିହାସରେ ଏଭଳି ଏକ ସାମୁହିକ କପି ଘଟଣା ବହୁତ ବଡ। ଯେଉଁ ବିଷୟରେ ସାମୁହିକ କପି କଥା ଜଣାପଡିଛି ତାହା ଭିତରେ ଆକାଉଣ୍ଟିଂ, ଅର୍ଥଶାସ୍ତ୍ର, ଇଂରାଜୀ ଏବଂ ସାହିତ୍ୟ ପରୀକ୍ଷା ଖାତା ରହିଛି।

ସମ୍ବନ୍ଧିତ ଖବର