PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପାଦରେ ମାଲିସ୍‌ କରନ୍ତୁ ଆଲମଣ୍ଡ ତେଲ, ଶରୀରର ଥକ୍କାପଣ ସହ ନିଦ ସମସ୍ୟା ଦୂର ହେବ

blog.ijugaad

ନୂଆଦିଲ୍ଲୀ ୦୪/୦୨: ଆଲମଣ୍ଡ ଶରୀର ପାଇଁ ବେଶ୍‌ ଉପକାରୀ । ଏହା ସମସ୍ତେ ଜାଣନ୍ତି । ଏହାର ତେଲ ମଧ୍ୟ କିଛି କମ୍‌ ଉପକାରୀ ନୁହେଁ । ପାଦରେ ଆଲମଣ୍ଡ ତେଲ ମାଲିସ୍‌ କରିବା ଦ୍ୱାରା ଶରୀରର ଥକ୍କାପଣ ସହ ନିଦ ସମସ୍ୟା ଦୂର ହୋଇଥାଏ । ଏହି ତେଲ ମାଲିସ୍‌ ଫଳରେ ପାଦକୁ ପୋଷଣ ମିଳିବା ସହ ଅନେକ ସମସ୍ୟା ସହଜରେ ଦୂରେଇ ଯାଇଥାଏ । ଆଲମଣ୍ଡ ତେଲ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଯଥା କ୍ୟାଲସିୟମ୍‌, ଆଇରନ୍‌, କପର୍‌ ଓ ପ୍ରୋଟିନ୍‌ରେ ଭରା । ଚାଲନ୍ତୁ ଦେଖିବା ଆଲମଣ୍ଡ ତେଲ ମାଲିସ୍‌ ଦ୍ୱାରା ଶରୀରକୁ କ’ଣ ଫାଇଦା ମିଳିଥାଏ । ଏହି ତେଲ ପାଦରେ ମାଲିସ୍‌ କରିବା ଫଳରେ ଓଜନ କମ୍‌ କରିବା ସହଜ ହୋଇଥାଏ । ତେଲ ମାଲିସ୍‌ କରିବା ଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ବାହାର କରିବାରେ ସାହାର୍ଯ୍ୟ କରିଥାଏ । ବାଦାମ ତେଲରେ ଏମିତି ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରର ଥକ୍କାପଣକୁ ଦୂର କରିଥାଏ । ଏହି ତେଲରେ ପାଦ ମସାଜ୍‌ କରିବା ଦ୍ୱାରା ଶାରିରୀକ ସହ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଏହି ତେଲକୁ ରାତିରେ ମସାଜ୍‌ କରିବା ଉଚିତ୍‌ । ଫଳରେ ସାରାଦିନ ସକ୍ରିୟ ରହିପାରିବେ । ପାଦରେ ବାଦାମ ତେଲ ମସାଜ୍‌ କରିବା ଦ୍ୱାରା ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇଥାଏ । ପ୍ରାୟ ଲୋକ କେବଳ ମୁଣ୍ଡରେ ତେଲ ମସାଜ୍‌ କରିଥାନ୍ତି । କିନ୍ତୁ ପାଦ ମସାଜ୍‌ କରି ନଥାନ୍ତି ।

ପାଦରେ ତେଲ ମସାଜ୍‌ କରିବା ଦ୍ୱାରା ରକ୍ତ ସଞ୍ଚାଳନ ବଢିବା ସହ ଶରୀର ସୁସ୍ଥ ରହିଥାଏ । ଆଲମଣ୍ଡ ତେଲରେ ଏମିତି କିଛି ତତ୍ତ୍ୱ ରହିଛି, ଯାହା ଶରୀରର ଗଣ୍ଠି ଯନ୍ତ୍ରଣାକୁ କମ୍‌ କରିଥାଏ । ସେହିପରି ପାଦ ଫଟା ସମସ୍ୟା ମଧ୍ୟ ଦୂର କରିଥାଏ । ଏହା ତ୍ୱଚାକୁ ପୋଷଣ ଦେବା ସହ ହାଡ଼କୁ ମଜଭୁତ କରିଥାଏ । ପାଦରେ ବାଦାମ ତେଲ ମାଲିସ୍‌ କରିବା ଦ୍ୱାରା ମୁଣ୍ଡରୁ ଚିନ୍ତା ଦୂର ହୋଇଥାଏ । ବାଦାମ ତେଲର ଧୀମା ବାସ୍ନା ମୁଣ୍ଡା ବିନ୍ଧାରୁ ଆରାମ ଦେଇଥାଏ । ସେହିପରି ପାଦରେ ବାଦାମ ତେଲ ମାଲିସ୍‌ କରିବା ଦ୍ୱାରା ଅବସାଦରୁ ମଧ୍ୟ ମୁକ୍ତି ମିଳିଥାଏ ।