PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଡ୍ରଗ୍ସ ସିଣ୍ଡିକେଟ୍ ବିରୋଧରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ, ସାରା ଦେଶର ୨୭ ରାଜ୍ୟରେ ଚଢାଉ, ୧୭୫ ଜଣଙ୍କୁ ଗିରଫ…

ନୂଆଦିଲ୍ଲୀ: ସାରା ଦେଶରେ ଡ୍ରଗ୍ସ ସିଣ୍ଡିକେଟ୍ ବିରୋଧରେ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର ୨୭ଟି ରାଜ୍ୟରେ ଚଢାଉ କରିଛି । ଡ୍ରଗ୍‌ସ ଚୋରା ଚାଲାଣ ମାମଲାରେ ସିବିଆଇ ୧୨୫ ମାମଲା ରୁଜୁ କରି ୧୭୫ ଜଣଙ୍କୁ ଗିରଫ କରିଛି । ସିବିଆଇ ଏହି ପଦକ୍ଷେପକୁ ଇଣ୍ଟରପୋଲର ଇନପୁଟ ଆଧାରରେ କରିଛି । ଏଥିରେ ରାଜ୍ୟ ପୋଲିସ ଏବଂ ଏନସିବିର ସହାୟତା ମଧ୍ୟ ନିଆଯାଇଛି । ସୂଚନା ଥାଉକି, ନିକଟ ଅତୀତରେ ଦେଶର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି । ଡ୍ରଗସ ଚୋରା ଚାଲାଣ ସମ୍ପର୍କରେ ସିବିଆଇ ସତର୍କ ରହିଛି । ବିଗତ ଦିନରେ ଆଫଗାନିସ୍ତାନ, ପାକିସ୍ତାନ ଏବଂ ନେପାଳ ମାଧ୍ୟମରେ ବହୁ ପରିମାଣରେ ଡ୍ରଗ୍ସ ଆସିବା ନେଇ ଖବର ଚର୍ଚ୍ଚାରେ ରହିଥିଲା ।

ଦେଶରେ ଡ୍ରଗ୍ସ ଚୋରା ଚାଲାଣ ନେଟୱାର୍କ ଏବଂ ସିଣ୍ଡିକେଟ୍ ଉପରେ କଡାପ୍ରହାର କରିବା ପାଇଁ ସିବିଆଇ ଅପରେସନ୍ ଗରୁଡ ଆରମ୍ଭ କରିଛି । ଏହି ଚଢାଉରେ ବହୁ ପରିମାଣର ଡ୍ରଗ୍‌ସ ଜବତ କରାଯାଇଥିବା କୁହାଯାଉଛି । ଏନସିବିର ମୁମ୍ବାଇ କାର୍ଯ୍ୟାଳୟ କହିଛି ଯେ ଏହାର ତିନି ଦିନିଆ ଅପରେସନରେ ଅଲଗା ଅଲଗା ସହରରେ ବ୍ରାଜିଲରୁ ଅଣାଯାଇଥିବା ବ୍ଲାକ୍ କୋକେନକୁ ଆଣିଥିବା ଲୋକ ଏବଂ ଏହାକୁ ରଖିଥିବା ଲୋକଙ୍କୁ ଗିରଫ କରାଯାଇଛି ।  

କେବଳ ଏତିକି ନୁହେଁ, ଏନସିବି ମୁମ୍ବାଇ, ମୁମ୍ବାଇ ବିମାନବନ୍ଦରରେ ଜଣେ ବଲିଭିଆ ମହିଳାଙ୍କଠାରୁ ବ୍ଲାକ କୋକେନ ମଧ୍ୟ ଉଦ୍ଧାର କରିଛି । ଏହି ମାମଲାରେ ଗୋଆରେ ଜଣେ ନାଇଜେରିଆର ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି । ଏନସିବି ମୁମ୍ବାଇ ବିଶ୍ୱସ୍ତ ସୂଚନା ପାଇଥିଲା ଯେ ଦକ୍ଷିଣ ଆମେରିକାର ଜଣେ ବ୍ୟକ୍ତି ଡ୍ରଗ୍ସ ସହିତ ମୁମ୍ବାଇରେ ପହଞ୍ଚିବାକୁ ଯାଉଛନ୍ତି । ଏହି ବ୍ୟକ୍ତି ବିମାନ ବନ୍ଦରରେ ଅନ୍ୟ ଲୋକଙ୍କୁ ଡ୍ରଗ୍‌ସ ହସ୍ତାନ୍ତର କରିବେ । ଏହା ପରେ ଡ୍ରଗ୍ସର ଏହି ସାମଗ୍ରୀକୁ ମୁମ୍ବାଇ ଏବଂ ବିଭିନ୍ନ ସ୍ଥାନକୁ ପଠାଯିବ ।

ସମ୍ବନ୍ଧିତ ଖବର