ନୂଆଦିଲ୍ଲୀ- ଦିଲ୍ଲୀ ଲଜପତ ନଗର ସ୍ଥିତ ସେଣ୍ଟ୍ରାଲ ମାର୍କେଟ୍ରେ ସୋମବାର ଏକ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁର ଆସ୍ତରଣ ବଜାରରେ ଥିବା ଗୁରୁ ତେଗ୍ ବହାଦୂର ସିଲ୍କ ଷ୍ଟୋରକୁ ଘେରି ଯାଇଛି। ଯାହା ସୂଚନା ମିଳିଛି , ନିଆଁ ଅନ୍ୟ ଦୋକାନ ଗୁଡ଼ିକୁ ବି ବ୍ୟାପି ଯାଇଛି।

ବର୍ତ୍ତମାନ ସୁଦ୍ଧା କୌଣସି ଜୀବନ ହାନିର ସୂଚନା ଆସିନାହିଁ । ୧୨ ଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ଥିବା ଜଣାପଡ଼ିଛି। ( ଅଧିକ ଖବର ଅପେକ୍ଷାରେ ...)