ଆସାମରେ ସଙ୍ଗୀନ ହେଉଛି ବନ୍ୟା ପରିସ୍ଥିତି, ଉଦ୍ଧାର କାର୍ଯ୍ୟ ପାଇଁ ବାୟୁ ସେନାର ଅଭିଜାନ ଜାରି

pic - internet
ନୂଆଦିଲ୍ଲୀ, ୦୫/୨୨: ଆସାମରେ ସଙ୍ଗୀନ ହେଉଛି ବନ୍ୟା ପରିସ୍ଥିତି । ଏବେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଫଳରେ କିଛି ଲୋକ ଫସି ରହିଥିବା ବେଳେ ସେମାନଙ୍କୁ ଭାରତୀୟ ବାୟୁସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ବାୟୁସେନାର ଏଏନ-୩୨ ପରିବହନ ବିମାନ, ଦୁଇଟି ଏମଆଇ-୧୭ ହେଲିକପ୍ଟର , ଗୋଟିଏ ଟିନୁକ ହେଲିକପ୍ଟର ଓ ଗୋଟିଏ ଏଏଲଏଚ ଧୃବ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। ଦିତୋକଚେର ରେଲିୱେ ଷ୍ଟେସନରେ ଫସି ରହିଥିବା ୧୮୯ ଜଣ ଯାତ୍ରୀଙ୍କୁ ଉଦ୍ଧାର କାରାଯାଇଛି।
ଏନେଇ ଭାରତୀୟ ବାୟୁସେନା ଟୁଇଟ କରି କହିଛି ଯେ #FloodReliefInAssam ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଫସି ରହିଥିବା ଲୋମାନଙ୍କୁ ଉଦ୍ଧାର କରାଯାଉଛି। ଆଇଏଫ ଉଦ୍ଧାର କାର୍ଯ୍ୟ ପାଇଁ ନିଜର ପରିବହନ ବିମାନ ଓ ହେଲିକପ୍ଟରକୁ ନିୟୋଜିତ କରିଛି।
ଆସାମର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫର ୨୦ ଜଣ ଯବାନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏନଡିଆରଏଫ ଓ ରାଜ୍ୟ ଏସଡିଆରଏଫର ମିଳିତ ଉଦ୍ୟମରେ ଉଦ୍ଧାର କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ଯାଏ ୨୪ ହଜାର ୭୪୯ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।