ନୂଆଦିଲ୍ଲୀ, ୩୦।୩: ମଧ୍ୟ-ପ୍ରାଚ୍ୟରେ ଯୁଦ୍ଧର ନିଆଁ ଏବେ ଭୟଙ୍କର ରୂପ ନେବାରେ ଲାଗିଛି । ୨୦୨୬ ଫେବୃଆରୀରୁ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଏବେ ଇରାନ ପାଇଁ ସବୁଠାରୁ ବଡ଼ ବିପଦ 'କୁର୍ଦ୍ଦିଶ୍' ଯୋଦ୍ଧାଙ୍କ ଆଡ଼ୁ ଆସୁଥିବା ଜଣାପଡ଼ିଛି । ଆମେରିକାର ସ୍ଥଳସେନା ଅଭିଯାନ ପୂର୍ବରୁ କୁର୍ଦ୍ଦମାନେ ଇରାନ ଉପରେ ଏକ ବଡ଼ ଧରଣର ଗ୍ରାଉଣ୍ଡ ଅପରେସନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି । କ’ଣ ଏହି 'ଥ୍ରୀ-ୱେ ଆଟାକ୍' ? ସୂଚନା ଅନୁଯାୟୀ, ଇସ୍ରାଏଲ, ଆମେରିକା ଏବଂ କୁର୍ଦ୍ଦିଶ୍ ସେନା ମିଶି ଇରାନକୁ ତିନି ପଟୁ ଘେରିବାକୁ ଯୋଜନା କରିଛନ୍ତି । ଆକାଶ ମାର୍ଗରୁ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଇରାନର ସାମରିକ ଘାଟିକୁ ଛାରଖାର କରୁଛି । ନିଜର ବିମାନବାହୀ ପୋତ ଏବଂ ବାୟୁସେନା ଜରିଆରେ ଇରାନ ଉପରେ ଚାପ ପ୍ରୟୋଗ କରୁଛି । ଇରାନ-ଇରାକ ସୀମାରୁ ହଜାର ହଜାର ସଂଖ୍ୟାରେ ସ୍ଥଳଭାଗ ଦେଇ ଇରାନ ଭିତରକୁ ପ୍ରବେଶ କରିବାକୁ ପ୍ରସ୍ତୁତ ।
ଏହା ବି ପଢ଼ନ୍ତୁ... ପ୍ରଚଣ୍ଡ ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ : ଟିଭି ଚ୍ୟାନେଲ ମୁଖ୍ୟାଳୟରେ ଏୟାରଷ୍ଟ୍ରାଇକ୍, ଆମେରିକୀୟ ଘାଟିଗୁଡ଼ିକୁ ଇରାନର ଆକ୍ରମଣ
କାହିଁକି ବଢ଼ିଲା ଶତ୍ରୁତା ?
ଗତ ଶନିବାର ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳର ରାଷ୍ଟ୍ରପତି ନେଚିରଭାନ ବାରଜାନୀଙ୍କ ବାସଭବନ ଉପରେ ଇରାନ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିଲା । ଏହା ପୂର୍ବରୁ କୁର୍ଦ୍ଦ ନେତା ମସୁଦ ବାରଜାନୀଙ୍କ ଘର ନିକଟରେ ମଧ୍ୟ ଏକ ଡ୍ରୋନକୁ ଖସାଇ ଦିଆଯାଇଥିଲା । ଇରାନର ଏହି ଆକ୍ରମଣ ପରେ କୁର୍ଦ୍ଦିଶ୍ ଯୋଦ୍ଧାମାନେ ଏବେ ପ୍ରତିଶୋଧ ନେବାକୁ ରଣହୁଙ୍କାର ଦେଇଛନ୍ତି ।
'ପେଶମର୍ଗା' କିଏ ?
'ପେଶମର୍ଗା'ର ଅର୍ଥ ହେଉଛି "ମୃତ୍ୟୁକୁ ସାମ୍ନା କରୁଥିବା ବ୍ୟକ୍ତି" । ଏମାନେ ହେଉଛନ୍ତି ପୃଥିବୀର ଅନ୍ୟତମ ସାହସୀ ଯୋଦ୍ଧା, ଯେଉଁମାନେ ଆଇଏସଆଇଏସ ବିରୋଧରେ ମଧ୍ୟ ଲଢ଼ିଛନ୍ତି । ପ୍ରାୟ ୧ ଲକ୍ଷ ୯୦ ହଜାର ସୈନ୍ୟ ବଳ ସହ ଏମାନେ ଏବେ ଇରାନର ଇସଲାମିକ ରିପବ୍ଲିକ୍ ଶାସନକୁ ପତନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱାଧୀନ ଆମେରିକା ସରକାର ସ୍ପଷ୍ଟ କରିଛନ୍ତି ଯେ, ସେମାନେ ନିଜ ସୈନ୍ୟଙ୍କୁ ଇରାନ ମାଟିରେ ଓହ୍ଲାଇବାକୁ ଚାହୁଁନାହାଁନ୍ତି । କିନ୍ତୁ, ମଧ୍ୟ-ପ୍ରାଚ୍ୟରେ ପ୍ରାୟ ୫୦,୦୦୦ ସୈନ୍ୟ ଏବଂ '୮୨ ଏୟାରବୋର୍ଣ୍ଣ ଡିଭିଜନ'କୁ ମୁତୟନ କରାଯାଇଛି । ଆମେରିକାର ରଣନୀତି ହେଉଛି ଅସ୍ତ୍ରଶସ୍ତ୍ର ଆମର, ଲଢ଼େଇ କୁର୍ଦ୍ଦଙ୍କର । ୨୦୨୬ ମାର୍ଚ୍ଚ ଶେଷ ସୁଦ୍ଧା ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଛି । ଯଦି କୁର୍ଦ୍ଦ ଯୋଦ୍ଧାମାନେ ଇରାନ ଭିତରକୁ ପଶନ୍ତି, ତେବେ ଇରାନ ଭିତରେ ଗୃହଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ରହିଛି । ମୋସାଦ ଏବଂ ସିଆଇଏ ବହୁ ବର୍ଷ ଧରି କୁର୍ଦ୍ଦମାନଙ୍କୁ ତାଲିମ ଦେଉଥିବା ବେଳେ ଏବେ ସେହି ସମୟ ଆସିଯାଇଛି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।