PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସମସ୍ତଙ୍କୁ ପଛରେ ପକାଇ ମାଷ୍ଟର ସେଫ୍ ଇଣ୍ଡିଆର ବିଜେତା ହେଲେ ନୟନଜ୍ୟୋତି ସୈକିଆ, ଟ୍ରଫି ସହ ଜିତିଲେ ଏତେ ଲକ୍ଷ ଟଙ୍କା

prabhatkhabar

ମୁମ୍ବାଇ ୦୧/୦୪: ୧୩ ସପ୍ତାହର ଆକର୍ଷଣୀୟ ଏପିସୋଡ୍ ପରେ, ମାଷ୍ଟର ସେଫ୍ ଇଣ୍ଡିଆକୁ ଏହି ସିଜିନର ବିଜେତା ମିଳିଛି। ସମସ୍ତଙ୍କୁ ପଛରେ ପକାଇ ଆସାମର ନୟନଜ୍ୟୋତି ସୈକିଆ ମାଷ୍ଟର ସେଫ୍ ଟ୍ରଫି ଜିତିଛନ୍ତି। ଟ୍ରଫି ସହିତ ତାଙ୍କୁ ପୁରସ୍କାର ରାଶି ଭାବରେ ୨୫ ଲକ୍ଷ ଟଙ୍କା ମିଳିଛି। ଏହି ଟ୍ରଫି ତାଙ୍କୁ ଭେଟେରାନ ସେଫ୍ ସଞ୍ଜୀବ କପୁର ପ୍ରଦାନ କରିଛନ୍ତି।

ମାଷ୍ଟର ସେଫ୍ ଇଣ୍ଡିଆ ୭ ର ଗ୍ରାଣ୍ଡ୍ ଫାଇନାଲରେ ମହାରାଷ୍ଟ୍ରର ସୁଭର୍ଣ୍ଣା ବାଗୁଲ, ଆସାମରୁ ଶାନ୍ତା ସରମାହ ଏବଂ ନୟନଜ୍ୟୋତି ସୈକିଆ ପହଞ୍ଚିଥିଲେ। ଫାଇନାଲ୍ ଏପିସୋଡରେ ତିନିଜଣ ଫାଇନାଲିଷ୍ଟଙ୍କୁ “ସିଗ୍ନେଚର୍ ଥ୍ରୀ-କୋର୍ସ ମିଲ୍ ଚ୍ୟାଲେଞ୍ଜ” ଦିଆଯାଇଥିଲା। ଏଥିରେ ନୟନଜ୍ୟୋତିଙ୍କ ରେସିପି ସମସ୍ତ ଜଜେସ୍‌ଙ୍କ ହୃଦୟ ଜିତିଥିଲା। ଗ୍ରାଣ୍ଡ୍ ଫାଇନାଲରେ ଭେଟେରାନ ରୋଷେୟା ସଞ୍ଜୀବ କପୁରଙ୍କ ବ୍ୟତୀତ ସେଫ୍ ରଣଭୀର ବରାଡ, ବିକାଶ ଖାନ୍ନା ଏବଂ ଗାରିମା ଆରୋରା ତିନିଜଣ ଫାଇନାଲିଷ୍ଟଙ୍କୁ ବିଚାର କରିଥିଲେ।

ତେବେ ନୟନଜ୍ୟୋତି ମାଷ୍ଟର ଚେଫ୍ ଇଣ୍ଡିଆ ୭ ର ବିଜେତା ହୋଇଥିବା ବେଳେ ଶାନ୍ତା ପ୍ରଥମ ରନର୍ ଅପ୍ ଏବଂ ସୁଭର୍ଣ୍ଣା ଦ୍ୱିତୀୟ ରନର୍ ଅପ୍ ହୋଇଛନ୍ତି। ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଁଏ ଚେକ୍ ମିଳିଛି। ଏଥି ସହିତ, ପିକଭିଲାଙ୍କ ସହ ବାର୍ତ୍ତାଳାପରେ ନୟନ କହିଛନ୍ତି ଯେ ବିଜୟ ରାଶି ସହିତ ସେ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହୁଁଛନ୍ତି।  ଯାହା ଦ୍ୱାରା ସେ ଦୁନିଆ ସାମ୍ନାରେ ଉତ୍ତର-ପୂର୍ବ ରୋଷେଇକୁ ଦୁନିଆ ସାମ୍ନାରେ ଉପସ୍ଥାପନ କରିପାରିବେ।

ସମ୍ବନ୍ଧିତ ଖବର