PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଶାରଦୀୟ ନବରାତ୍ର ପର୍ବର ଦ୍ୱିତୀୟ ଦିନ, ମାତା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କଲେ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୁଏ…

ନୂଆଦିଲ୍ଲୀ ୨୭/୦୯: ଶାରଦୀୟ ନବରାତ୍ର ପର୍ବର ୨ୟ ଦିନ ମାତା ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ସାଧକ ଏହି ଦିନ ମା’ଙ୍କ ଚରଣରେ ମନ ଲଗାଇଥାନ୍ତି । ବ୍ରହ୍ମର ଅର୍ଥ ତପସ୍ୟା ଏବଂ ଚାରିଣୀର ଅର୍ଥ ଆଚରଣକାରୀ (ସ୍ତ୍ରୀଲିଙ୍ଗ) । ବ୍ରହ୍ମଚାରିଣୀର ଅର୍ଥ ତପ ଆଚରଣକାରୀ (ସ୍ତ୍ରୀଲିଙ୍ଗ) । ମାତା ବ୍ରହ୍ମଚାରିଣୀଙ୍କ ଦକ୍ଷିଣ ହସ୍ତରେ ଜପ ମାଳା ଏବଂ ବାମ ହସ୍ତରେ କମଣ୍ଡଳ ଶୋଭାପାଏ । ଦେବୀ ଦୁର୍ଗାଙ୍କର ଏହି ୨ୟ ସ୍ୱରୂପ ଅନନ୍ତ ଫଳଦାୟୀ । ମା’ଙ୍କ ଉପାସନା ଦ୍ୱାରା ତପ, ତ୍ୟାଗ, ବୈରାଗ୍ୟ, ସଦାଚାର, ସଂଯମତା ବୃଦ୍ଧି ହୁଏ । ଜୀବନର କଠିନ ସମୟରେ ମଧ୍ୟ ମନ କର୍ତ୍ତବ୍ୟ ପଥରୁ ବିଚଳିତ ହୁଏ ନାହିଁ । ମା’ଙ୍କ କୃପାରୁ ସର୍ବତ୍ର ସିଦ୍ଧି ଓ ବିଜୟ ପ୍ରାପ୍ତି ହୁଏ ।