ନୂଆଦିଲ୍ଲୀ : ଯମୁନା ନଦୀରେ ଓଲଟିଲା ଡଙ୍ଗା । ମଥୁରା ଜିଲ୍ଲା ବୃନ୍ଦାବନରୁ ଅଘଟଣ ଖବର । ଶେଷ ଖବର ସୁଦ୍ଧା ୧୦ ଜଣ ପ୍ରାଣ ହରାଇଥିବାବେଳେ ୧୫ ଜଣ ଶ୍ରଦ୍ଧାଳୁ ଉଦ୍ଧାର ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୮ରୁ ଅଧିକ ଏବେ ମଧ୍ୟ ନିଖୋଜ ରହିଛନ୍ତି ।

ଖବର ମୁତାବକ, ଉତ୍ତରପ୍ରଦେଶ ବୃନ୍ଦାବନର କେଶି ଘାଟରେ ଯମୁନା ନଦୀରେ ଡଙ୍ଗା ବୁଡିବାରୁ ୧୦ ଜଣ ଶ୍ରଦ୍ଧାଳୁଙ୍କ ପ୍ରାଣ ଚାଲିଯାଇଛି । ଡଙ୍ଗାରେ ଥିବା ଲୋକଙ୍କ ମଧ୍ୟରୁ ଅଧିକ ନିଖୋଜ ରହିଛନ୍ତି । ଡଙ୍ଗାରେ ୩୩ ଜଣ ଯାତ୍ରୀ ଥିଲେ ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯମୁନା ନଦୀରେ ସର୍ଚ୍ଚ ଅପରେସନର ଜାରି ରହିଛି । ବୁଡ଼ାଳି ନିଖୋଜ ଲୋକଙ୍କୁ ଖୋଜୁଛନ୍ତି । ମଥୁରା ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖୁଛନ୍ତି ।

ଡଙ୍ଗା ବୁଡିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ତଦାରଖ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ଉଦ୍ଧାର କାର୍ଯ୍ୟ ଯଥାଶୀଘ୍ର କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗୀ । ମୃତକଙ୍କ ପରିବାରକୁ ଉଚିତ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଜିଲ୍ଲା ମାଜିଷ୍ଟ୍ରେଟ୍ ଚନ୍ଦ୍ର ପ୍ରତାପ ସିଂହ ଦୁର୍ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ଅନ୍ୟମାନଙ୍କୁ ଖୋଜୁଛନ୍ତି।

ଏହାସହ ପଢ଼ନ୍ତୁ : ଭାଉଜଙ୍କ ନାଁରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ନବମ ଶ୍ରେଣୀ ଛାତ୍ର, କହିଲେ ଭିଡିଓ କରି ଡରାଉଛନ୍ତି