କଟକ, ୧୭/୧୨ : ୨୦୨୭ ହାଇସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ଅବଧିକୁ ଆସନ୍ତା ୩୦ ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଛି । ଏହି ଅବଧି ଆଜି ଶେଷ ହେଉଥିଲା । ଅନେକ ଛାତ୍ରଛାତ୍ରୀ ପଞ୍ଜୀକରଣ କରି ପାରି ନଥିବାରୁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)କର୍ତ୍ତୃପକ୍ଷ ଉକ୍ତ ଅବଧିକୁ ବଢ଼ାଇ ଦେଇଛନ୍ତି ।

ଅନ୍‌ଲାଇନ୍‌ ଯୋଗେ ପ୍ରଧାନଶିକ୍ଷକମାନେ ଗତ ୩ ତାରିଖରୁ ନବମ ଛାତ୍ରଛାତ୍ରୀଙ୍କର ପଞ୍ଜୀକରଣ କରାଇ ଆସୁଥିଲେ । ମାଲକାନଗିରି ଜିଲ୍ଲାରେ ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ଓ ରାଜ୍ୟରେ ଆଉ କିଛି ଉପାନ୍ତ ଜିଲ୍ଲାରେ ଇଣ୍ଟରନେଟ୍‌ ସମସ୍ୟାକୁ ନେଇ ହଜାର ହଜାର ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜୀକୃତ କରାଇ ପାରି ନ ଥିଲେ । ଏଥିଲାଗି ଅଭିଭାବକ ନିରାଶ ହୋଇଥିଲେ । 

ଏହି ଖବରଟିକୁ ପଢନ୍ତୁ- ମାଟ୍ରିକ୍‌ ପରୀକ୍ଷା ପାଇଁ ଆଜିଠୁ ପଞ୍ଜୀକରଣ, ୧୭ ଯାଏ ଆବେଦନ