ଭୁବନେଶ୍ବର,୧।୫ : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ । । ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ମାଧ୍ୟମିକ ଶିକ୍ଷା ପରିଷଦରଓ୍ବେବସାଇଟ www.bseodisha.ac.in ରେ ପରୀକ୍ଷା ଫଳାଫଳ ଅପରାହ୍ନ ୬ଟାରେ ଉପଲବଧ ହେବ। ପରୀକ୍ଷାର୍ଥୀମାନେ ବୋର୍ଡ ଓ୍ବେବସାଇଟରୁ ଏହି ପରୀକ୍ଷା ଫଳ ଡାଉନଲୋଡ କରିପାରିବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ସୂଚନା ଦେଇଛନ୍ତି।