PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ, ହ୍ୱାଟ୍ସଆପରେ ଘୁରିବୁଲିଲା ଓଡିଆ ପ୍ରଶ୍ନପତ୍ର

ଭୁବନେଶ୍ୱର ୨୨/୨: ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ହିଁ ଭାଇରାଲ ହେଲା ପ୍ରଶ୍ନପତ୍ର । ସୋସିଆଲ ମିଡିଆରେ ଓଡିଆ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି । ପରୀକ୍ଷା ସରିବା ପୂର୍ବରୁ ବାହାରେ ଘୁରି ବୁଲୁଛି ପ୍ରଶ୍ନପତ୍ର । ନୁଆପଡା ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ହ୍ୱାଟ୍ସଆପ ଗ୍ରୁପରେ ଘୂରିବୁଲୁଛି ଓଡିଆ ପ୍ରଶ୍ନପତ୍ର । ତେବେ କେଉଁ ସ୍କୁଲରୁ କିମ୍ବା କେଉଁ ସେଣ୍ଟରରୁ ଏହା ପ୍ରଥମେ ଭାଇରାଲ ହୋଇଛି ତାର କିଛି ସୂଚନା ମିଳିନି ।

ଅନ୍ଯପଟେ ଏତେ କଡାକଡି ସତ୍ତ୍ୱେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରିପାତ୍ର । ସେ କହିଛନ୍ତି ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ବାରଣ ହୋଇଛି । ତେବେ ଏମିତି କିଛି ହୋଇନଥିବ ବୋଲି ସେ କହିଛନ୍ତି ।