PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ଚମକିଲେ ସହରତଳି ସ୍କୁଲ ଛାତ୍ରଛାତ୍ରୀ;କେନ୍ଦୁପାଟଣା ୯୬%, ଇଞ୍ଜଣା ହାଇସ୍କୁଲର ୯୩% ପାସ୍‌

ଭୁବନେଶ୍ୱର,୨୧ା୫(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ସହରତଳିର ଛାତ୍ରଛାତ୍ରୀମାନେ ଚମକାଇଛନ୍ତି । ପରୀକ୍ଷାରେ କମାଲ୍‌ କରିଛନ୍ତି ଛାତ୍ର ମାନଙ୍କ ଠାରୁ ଅଧିକ ସଂଖ୍ୟକ ଛାତ୍ରୀ । ଭୁବନେଶ୍ୱର ସହର ଉପକଣ୍ଠର ୬୬ଟି ଉଚ୍ଚ ବିଦ୍ୟାଳୟର ପାସ୍‌ ହାର ଲକ୍ଷ୍ୟ କଲେ ବିଗତବର୍ଷ ଅପେକ୍ଷା ଚଳିତବର୍ଷ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି ବୋଲି ଜଣାପଡ଼େ । ଯାହାକି ଉଲ୍ଲେଖନୀୟ ବିଷୟ । ଦାରୁଠେଙ୍ଗ,ମେଣ୍ଢାଶାଳ, କଣ୍ଟାବାଡ, ଚନ୍ଦକା, ନନ୍ଦନକାନନ, ଛତାବର, ମଦନପୁର, ଯାଁଳା, କେନ୍ଦୁପାଟଣା, ରଘୁନାଥପୁର, ପାଇକରାପୁର,ପଟିଆ ଆଦି ସହରାଞ୍ଚଳ ହାଇସ୍କୁଲ ମାନଙ୍କର ପରୀକ୍ଷା ଫଳ ଲକ୍ଷ୍ୟ କଲେ ରାଜ୍ୟ ପାସ୍‌ ହାର ଠାରୁ ଯେ, ଅଧିକ ଏହା କୁହାଯାଇପାରେ । କେନ୍ଦୁପାଟଣା ଉତ୍କଳମଣି ବିଦ୍ୟାପୀଠର ପରୀକ୍ଷା ଫଳ ୯୬% ହୋଇଥିବା ବେଳେ ଇଞ୍ଜଣା ହାଇସ୍କୁଲର ୯୩%, କେନ୍ଦୁପାଟଣା ବାଳିକା ଉଚ୍ଚ ବିଦ୍ୟାଳୟ ୮୭%, ଦାରୁଠେଙ୍ଗ ହାଇସ୍କୁଲ ୮୭%, ରଘୁନାଥପୁର ଦଧିବାମନ ଉଚ୍ଚ ବିଦ୍ୟାଳୟ ୮୨ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବାଲିଅନ୍ତା ବ୍ଲକର ପାସହାର ୮୩% ହୋଇଥିବା ବେଳେ ବାଲିପାଟଣା ବ୍ଲକର ୭୯ ଏବଂ ଜଟଣୀ ବ୍ଲକର ୭୭ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଚନ୍ଦକା(ଆ.ପ୍ର.): ଦାରୁଠେଙ୍ଗ ହାଇସ୍କୁଲର ୬୪ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ପାସ୍‌ କରିଛନ୍ତି ୫୬ଜଣ । ଏ-୧ ରେ କେହି କୃତକାର୍ଯ୍ୟହୋଇ ନ ଥିବା ବେଳେ ଏ-୨ରେ ୧, ବି-୧ରେ ୬, ବି-୨ରେ ୫ଜଣ, ସି-ରେ ୯ଜଣ ଡି-ରେ ୨୬ଜଣ ଏବଂ ଇ-ରେ ୯ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚନ୍ଦକା ମହାରଣା ବିଦ୍ୟାପୀଠର ପରୀକ୍ଷା ଦେଇଥିଲେ ୮୦, ପାସ୍‌ ୫୬ଜଣ । ପାସ୍‌ ହାର ୭୦% । ଏ-୨ରେ ଜଣେ, ବି-୨ରେ ୬ଜଣ, ସି-ରେ ୧୨ଜଣ ଡି-ରେ ୧୫ଜଣ ଓ ଇରେ ୨୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ଚନ୍ଦକା ସରସ୍ୱତୀ ଶିଶୁ ବିଦ୍ୟାପୀଠର ଶତପ୍ରତିଶତ ରେଜଲ୍ଟ ହୋଇଛି । ପରୀକ୍ଷା ଦେଇଥିବା ୧୧ଜଣ ପିଲା ପାସ୍‌ କରିଛନ୍ତି । ଏ-୧ କେହି ପାଇନାହାନ୍ତି । ଏ-୨ରେ ଜଣେ, ବି-୧ରେ ୩, ବି-୨ରେ ୩ ସି-ରେ ୨ ଏବଂ ଡିରେ ୨ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅନ୍ଧାରୁଆ ଜଗନ୍ନାଥପ୍ରସାଦ ସ୍କୁଲର ପାସ୍‌ହାର ୭୭% । ଏହି ବିଦ୍ୟାଳୟର ଜଣେ ଏ-୧ ଗ୍ରେଡ ପାଇଥିବା ବେଳେ ପରୀକ୍ଷା ଦେଇଥିବା ୫୬ଜଣଙ୍କ ମଧ୍ୟରୁ ୪୩ଜଣ କୃତକାର୍ଯ୍ୟ ହୋଇଛନ୍ତି । କଣ୍ଟବାଡ ଉଚ୍ଚ ବିଦ୍ୟାଳୟର ପାସହାର ୬୯୧ ପରୀକ୍ଷା ହୋଇଥିବା ବେଳେ ୭୦ଜଣଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୪୮ଜଣ । ମେଣ୍ଢାଶାଳ ହାଇସ୍କୁଲର ଏ-୧ କିମ୍ବା ଏ-୨ରେ କୌଣସି ଛାତ୍ର ନ ଥିବା ବେଳେ ବି-୧ରେ ଜଣେ, ବି-୨ରେ ୨, ସି-େ ର୧୧ଜଣ,ଡି-ଓ ଇ-ରେ ୧୬ଜଣ କୃତକାର୍ଯ୍ୟ ହୋଇଛନ୍ତି । ପାସହାର ୬୫% । ପରୀକ୍ଷା ଦେଇଥିବା ୭୨ଜଣଙ୍କ ମଧ୍ୟରୁ ପାସ୍‌ ହୋଇଛନ୍ତି ୪୭ଜଣ । କେନ୍ଦୁପାଟଣାର ଉତ୍କଳମଣି ବିଦ୍ୟାପୀଠର ପାସହାର ୯୬କ୍ଷ । ପରୀକ୍ଷାଦେଇଥିଲେ ୧୩୦ । ପାସ୍‌ କରିଛନ୍ତି ୧୨୫ଜଣ । କେନ୍ଦୁପାଟଣା ବାଳିକା ଉଚ୍ଚ ବିଦ୍ୟାଳୟର ପାସହାର ୮୭କ୍ଷ । ୬୨ଜଣ ପରୀକ୍ଷା ଦେଇଥିବା ବେଳେ କୃତକାର୍ଯ୍ୟ ହୋଇଛନ୍ତି ୫୪ଜଣ । ରଘୁନାଥପୁରର ଦଧିବାମନ ଉଚ୍ଚ ବିଦ୍ୟାଳୟର ପାସହାର ୮୨% । ପରୀକ୍ଷା ଦେଇଥିଲେ ୪୩, ପାସ କରିଛନ୍ତି ୩୫ଜଣ । ବରିମୁଣ୍ଡର ବାପୁଜୀ ବିଦ୍ୟାପୀଠର ୨୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କୃତକାର୍ଯ୍ୟ ହୋଇଛନ୍ତି ୨୧ଜଣ । ପାସହାର ୭୫% । ଇଞ୍ଜଣା ଉଚ୍ଚ ବିଦ୍ୟାପୀଠର ଜଣେ ଛାତ୍ର ଏ-୧ ପାଇଛନ୍ତି । ଏ-୨ରେ ମଧ୍ୟ ଜଣେ ଛାତ୍ର ପାସ୍‌ କରିଛନ୍ତି । ୮୦ଜଣଙ୍କ ମଧ୍ୟରୁ ୭୪ଜଣ ପାସ୍‌ କରିଛନ୍ତି । ନନ୍ଦନକାନନ ହାଇସ୍କୁଲର ପାସହାର ୭୫% । ପରୀକ୍ଷା ଦେଇଥିବା ୭୫ଜଣ ଛାତ୍ରଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫୬ଜଣ । ପାଇକରାପୁର ପଞ୍ଚାୟତହାଇସ୍କୁଲର ୭୭ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପାସ୍‌ କରିଛନ୍ତି ୫୩ଜଣ । ପଟିଆର ଜୟଦେବ ଶିକ୍ଷାକେନ୍ଦ୍ରର ପାସ୍‌ହାର ୯୯% । ପରୀକ୍ଷା ଦେଇଥିଲେ ୧୧୨ଜଣ ପାସ୍‌ କରିଛନ୍ତି ୧୧ଜଣ । ଏ-୧ଗ୍ରେଡ ପାଇଛନ୍ତି ଜଣେ ।

ଇଞ୍ଜଣା ଉଚ୍ଚ ବିଦ୍ୟାପୀଠର ଛାତ୍ର ରୂଦ୍ରାଶୀଶ ରାଉତ ୫୬୦ ନମ୍ବର ରଖି ଏ-୧ ଗ୍ରେଡ ପାଇଥିବା ବେଳେ ପଟିଆ ଜୟଦେବ ଶିକ୍ଷା କେନ୍ଦ୍ରର ଦିଶା ଦର୍ଶିନୀ ୫୪୪ ନମ୍ବର, ଅନ୍ଧାରୁଆ ଜଗନ୍ନାଥପ୍ରସାଦର ଆକାଂକ୍ଷା ପ୍ରିୟଦର୍ଶିନୀ ୫୪୦ ନମ୍ବର ପାଇ ଏ-୧ ପାଇଛନ୍ତି ।