PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

UPSC ଫଳାଫଳ: ଶୀର୍ଷ ୫ ମଧ୍ୟରେ ଏକମାତ୍ର ପୁଅ ମୟୂର ହଜାରିକା, ଜାଣନ୍ତୁ ଆସାମର ଏହି ଚର୍ଚ୍ଚିତ ଡାକ୍ତରଙ୍କ ବିଷୟରେ…

ନୂଆଦିଲ୍ଲୀ ୨୩/ ୦୫: ପ୍ରଶାସନିକ ସେବା ପରୀକ୍ଷା ଫଳରେ ଚଳିତ ଥର ଦେ‌ଖିବାକୁ ମିଳିଛି ଝିଅଙ୍କ ଦବଦବା । ମଙ୍ଗଳବାର ୨୦୨୨ର ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ଶୀର୍ଷ ୫ ଜଣଙ୍କ ମଧ୍ୟରେ ରହିଛନ୍ତି ୪ ଜଣ ଝିଅ । ଇଶିତା କିଶୋର ଆଇଏଏସ୍‌ ଟପ୍ପର ହୋଇଥିବା ବେଳେ ଆସାମର ମୟୂର ହଜାରିକା ଶୀର୍ଷ ୫ ଜଣଙ୍କ ମଧ୍ୟରେ ଏକ ମାତ୍ର ପୁଅ ରହିଛନ୍ତି ।

ଇଶିତା କିଶୋର ୟୁପିଏସ୍‌ସି ପ୍ରଶାସନିକ ସେବା ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ୨ୟ, ଉମା ହାରାତୀ ୩ୟ ସ୍ଥାନ ଅଧିକାର କରିଛନ୍ତି । ସେହିଭଳି ମୟୂର ହଜାରିକା ୫ମ ସ୍ଥାନ ଅଧିକାର କରିଛନ୍ତି । ମୋଟ ୯୩୩ ଜଣ ପ୍ରଶାସନିକ ସେବା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଛନ୍ତି ।

ମୟୂର ହଜାରିକା ରାଙ୍କିଂରେ ୫ମ ସ୍ଥାନରେ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟ୍‌ କରି ବିଶ୍ବ ଶର୍ମା କହିଛନ୍ତି, ‘ସର୍ବ ଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରି ଆପଣ ଆମକୁ ଗର୍ବିତ କରିଛନ୍ତି । ଆପଣଙ୍କ ସଫଳତା ଯୁବ ପିଢିଙ୍କୁ ଆଗକୁ ବଢିବାରେ ସହାୟକ ହେବ । ଅନେକ ଅନେକ ଶୁଭେଚ୍ଛା’।

ପେଶାରେ ଡାକ୍ତର ଭାବେ ଆସାମର ଜାତୀୟ ସ୍ବାସ୍ଥ୍ୟ ମିଶନରେ କାର୍ଯ୍ୟରତ ମୟୂର ହଜାରିକା ଜଣେ ମେଧାବୀ ଛାତ୍ର ଥିଲେ । ହାଇସ୍କଲ ସାର୍ଟିଫିକେଟ୍‌ ପରୀକ୍ଷାରେ ରାଙ୍କ ହୋଲ୍ଡର ଥିଲେ ମୟୂର । ଗୌହାଟୀ ମେଡିକାଲ କଲେଜରେ ଏମବିବିଏସ୍‌ ପାସ୍‌ କରିବା ପରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ । ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରିଥିବା ମୟୂର ହଜାରିକା କହିଛନ୍ତି, ‘ସର୍ବଭାରତୀୟ ସ୍ତରରେ ୫ମ ସ୍ଥାନ ଅଧିକାର କରିବି ବୋଲି କେବେ ଭାବି ନଥିଲି । ମୁଁ ଫଳାଫଳକୁ ନେଇ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ଅଛି । ଭାରତୀୟ ବୈଦେଶିକ ସେବାରେ କାର୍ଯ୍ୟ କରିବାକୁ ପ୍ରଥମ ପସନ୍ଦ ଭାବେ ନେବି’।

ସୂଚନା ଯେ, ପ୍ରଶାସନିକ ସେବା ପରୀକ୍ଷା ବାର୍ଷିକ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ । ୟୁପିଏସ୍‌ସି ପକ୍ଷରୁ ପ୍ରଥମେ ପ୍ରିଲିମିନାରୀ, ମେନ୍‌ ଓ ଇଣ୍ଟରଭ୍ୟୁ ଭଳି ମୋଟ ୩ଟି ପର୍ଯ୍ୟାୟରେ କରାଯାଇଥାଏ । ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଚୟନ କରାଯାଇଥାଏ ।