ବାଙ୍ଗାଲୋର ନିକଟସ୍ଥ ଏହି ମେଡିକାଲ କଲେଜରେ MBBS ପାଠ୍ୟକ୍ରମ ସମ୍ପୁର୍ଣ୍ଣ ମାଗଣା, NEET ମାଧ୍ୟମରେ ହେବ ଆଡମିଶନ

Image Courtesy: Twitter/IndexKarnataka
ବେଙ୍ଗାଲୁରୁ,୩୧/୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ବେଙ୍ଗାଲୁରୁ ନିକଟ ଚିକବଲପୁରରେ ଏକ ମେଡିକାଲ କଲେଜ ଉଦ୍ଘାଟନ କରିଛନ୍ତି। ତେବେ ଏହି ଶିକ୍ଷାନୁଷ୍ଠାନରେ ବିନା କୌଣସି ଦେୟରେ ଡାକ୍ତରୀ ଶିକ୍ଷା ପ୍ରଦାନ କରାଯିବ। ଏଠାରେ ଏମବିବିଏସ ପାଠ୍ୟକ୍ରମ ସମ୍ପୁର୍ଣ୍ଣ ମାଗଣାରେ କରିପାରିବେ ଛାତ୍ରଛାତ୍ରୀ। ଅନ୍ୟାନ୍ୟ ବେସରକାରୀ ମେଡିକାଲ କଲେଜଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଏହି ପାଠ୍ୟକ୍ରମ ପାଇଁ ୮୦ ଲକ୍ଷରୁ ୧ କୋଟି ୧୫ ଟଙ୍କା ଆଦାୟ ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ଛାତ୍ରଛାତ୍ରୀଙ୍କ ଆଡମିଶନ ଜାତୀୟ ଯୋଗ୍ୟତା ଏବଂ ପ୍ରବେଶିକା ପରୀକ୍ଷା (NEET) ମାଧ୍ୟମରେ ହେବ।
ସୂଚନାଥାଉକି, ଚିକ୍କାବଲପୁରେ ପ୍ରତିଷ୍ଠିତ ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ କୁ ଏମବିବିଏସ ପାଇଁ ୧୦୦ଟି ସିଟ୍ ଦିଆଯାଇଛି। ଏହି କଲେଜରେ କେବଳ ପାଠ୍ୟକ୍ରମ ମାଗଣା ହେବ ନାହିଁ, ଏଠାରେ ରହିବା ସୁବିଧା ଏବଂ ଖାଦ୍ୟ ମଧ୍ୟ ମାଗଣା ଯୋଗାଇ ଦିଆଯିବ। ଏହି ମେଡିକାଲ୍ କଲେଜକୁ ସଦଗୁରୁ ଶ୍ରୀ ମଧୁସୂଦନ ସାଇ ପ୍ରତିଷ୍ଠା କରିଛନ୍ତି।
ଏହି ମେଡିକାଲ କଲେଜର ଉଦ୍ଘାଟନ ମାର୍ଚ୍ଚ ୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ। ଶ୍ରୀ ମଧୁସୂଦନ ସାଇ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ଏକ ଡାକ୍ତରଖାନା ମଧ୍ୟ ଅଛି, ଯେଉଁଠାରେ ମାଗଣା ଚିକତ୍ସା ସୁବିଧା ମଧ୍ୟ ଯୋଗାଇ ଦିଆଯାଏ। ଏହି ଡାକ୍ତରଖାନାର କୌଣସି ସ୍ଥାନରେ ବି ଟଙ୍କା ଜମା କେନ୍ଦ୍ର ବା କ୍ୟାସ୍ କାଉଣ୍ଟର ନାହିଁ। ଏଠାରେ ସମସ୍ତଙ୍କ ପାଇଁ ସବୁକିଛି ମାଗଣା। ସମସ୍ତ ପ୍ରକାରର ଚିକିତ୍ସା ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ। ନିକଟସ୍ଥ ଗ୍ରାମରେ ରହୁଥିବା ବୃଦ୍ଧ ମଞ୍ଜୁନାଥ କହିଛନ୍ତି ଯେ ଏହି ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇ ସେ ବହୁତ ଖୁସି।