ସରକାରୀ ମାନ୍ୟତା ଦିଅ: ଜୀବିକା ମିଶନ ଏମ୍ବିକେ ଓ ସିଆର୍ପି ସଂଘର ଦାବି

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ସରକାରୀ ମାନ୍ୟତା ଦିଅ, ନଚେତ ହଟିବୁନି । ଏମିତି ଦାବି ନେଇ ଆଜି ଜୀବିକା ମିଶନ ଏମ୍ବିକେ ଓ ସିଆର୍ପି ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଏକ ବିଶାଳ ରାଲି କରି ଲୋୟର ପିଏମ୍ଜିରେ ସଂଘର ହଜାର ହଜାର ମହିଳା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସଂଘ ପକ୍ଷରୁ ପୂର୍ବାହ୍ନ ସାଢ଼େ ୧୧ଟାରେ ରେଳ ଷ୍ଟେସନରୁ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ସଭାନେତ୍ରୀ ନିରୁପମା ନାୟକ ଏହାର ନେତୃତ୍ୱ ନେଇଥିଲେ । ଏହି ସମୟରେ ମାଷ୍ଟର କ୍ୟାଣ୍ଟିନ୍ ଛକରେ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା । ସୁରକ୍ଷାକର୍ମୀମାନେ ବୁଝାସୁଝା ପରେ ସେମାନେ ଧାରଣାସ୍ଥଳକୁ ଆସିଥିଲେ ।
ବିକ୍ଷୋଭରେ ଅନୁଷ୍ଠାନର ସମ୍ପାଦିକା ମନୋରମା ମାହୁନ୍ତ ନେତୃତ୍ୱ ନେଇ କହିଲେ, ସରକାର ଅଙ୍ଗନବାଡ଼ି କର୍ମର୍ୀଙ୍କ ଦରମା ବୃଦ୍ଧି କରୁଛନ୍ତି । ହେଲେ ଆମ କଥା ଶୁଣୁ ନାହାନ୍ତି । ମାସର ଗୋଟେ ବୈଠକରେ ସରକାର କର୍ମଚାରୀମାନଙ୍କୁ ୨୦ ଟଙ୍କା ଦିଆଯାଉଛି । ଯାହାକି ଜଣେ ଲୋକର ସର୍ବର୍ନିମ୍ନ ମଜୁରି ତୁଳନାରେ ବହୁତ କମ୍ । ସେଥିପାଇଁ ସଂଘର ଅତିରିକ୍ତ ଗୋଷ୍ଠୀ ବିନିଯୋଗ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା, କମ୍ୟୁନିଟ୍ କ୍ୟାଡରଙ୍କୁ ଡ୍ରେସ୍ କୋର୍ଡ ଓ ପରିଚୟପତ୍ର ପ୍ରଦାନ କରାଯାଉ ବୋଲି ସେ ଦାବି କରଛନ୍ତି । ସେହିପରି ଜିପିଏଲ୍ଏଫଙ୍କୁ ରେଜିଷ୍ଟେସନ୍, କମ୍ୟୁନିଟ୍ କ୍ୟାର୍ଡର୍ରଙ୍କୁ ସରକାରୀସ୍ତରରେ ଟିଏଡିଏ ଦେବା ଭଳି ବିଭିନ୍ନ ଦାବି ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଦାବି ବିଷୟରେ ଅବଗତ ନକରାଇବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଶ୍ରୀମତୀ ମାହୁନ୍ତ ଚେତାବନୀ ଦେଇଛନ୍ତି ।