PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିଶମ ବିଭାଗର ମକଡ୍ରିଲ୍, ନିଆଁ ଲାଗିବା ସନ୍ଦେହରେ ରୋଗୀ ଛାନିଆ

ଭୁବନେଶ୍ୱର, ୨୫/୦୩ : ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ପ୍ରବେଶ କଲା ଅଗ୍ନିଶମ ବିଭାଗ। ଦମକଳ ପ୍ରବେଶ କରିବା ଦେଖି ହସ୍ପିଟାଲରେ ନିଆଁ ଲାଗିଛି ବୋଲି ବ୍ୟାପିଗଲା ଖବର । ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଛାନିଆ ହୋଇ ପଡ଼ିଥିଲେ । ହସ୍ପିଟାଲର କେଉଁଠି ଲାଗିଛି ନିଆଁ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ କିଛି ସମୟ ପରେ ଲୋକେ ଜାଣିବାକୁ ପାଇଥିଲେ, ପ୍ରକୃତରେ ହସ୍ପିଟାଲରେ ନିଆଁ ଲାଗିନାହିଁ । ଅଗ୍ନିଶମ ବିଭାଗ ପକ୍ଷରୁ କେବଳ ‘ମକ୍‌ ଡ୍ରିଲ୍‌’ କରାଯାଇଥିଲା ।

ଯଦି ହସ୍ପିଟାଲରେ ନିଆଁ ଲାଗେ ତେବେ ତାକୁ କିପରି ତୁରନ୍ତ ଆୟତ୍ତ କରାଯାଇପାରିବ ତାହାର ପୂର୍ବ ପ୍ରସ୍ତୁତି କରାଯାଇଥିଲା । ରୋଗୀଙ୍କ କିଭଳି ସୁରକ୍ଷିତ ଉଦ୍ଧାର କରାଯାଇପାରିବ ଅଗ୍ନିଶମ କର୍ମଚାରୀ ତାହାର ପ୍ରଶିକ୍ଷଣ ଦେଇଥିଲେ । ଏଠାରେ ହସ୍ପିଟାଲର ଶତାଧିକ କର୍ମଚାରୀ ସାମିଲ ହୋଇ ପ୍ରଶିକ୍ଷଣ ନେଇଥିଲେ । ପ୍ରାୟ ଅଢେଇ ଘଣ୍ଟା ଧରି ଅଗ୍ନିଶମ ବିଭାଗର ଅଧିକାରୀ ହସ୍ପିଟାଲ କର୍ମଚାରୀଙ୍କୁ ଶିକ୍ଷା ଦେଇଥିଲେ । ବିଭାଗ ପକ୍ଷରୁ ଏନେଇ ବିଭିନ୍ନ ପ୍ରକାର ଯନ୍ତ୍ରପାତି ଆସିଥିବାବେଳେ ନିଆଁଲିଭାର ଉପାୟ ସର୍ମ୍ପକରେ ପ୍ରଶିକ୍ଷଣ ଦିଆଯାଇଥିଲା ।