PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ ଯୁବତୀ: ଅଚାନକ ପ୍ଲେଟରୁ ଚାଲିଚାଲି ପଳାଇଲା ମାଂସର ଟୁକୁଡା, ଭିିଡିଓ ଭାଇରାଲ

କଳ୍ପନା କରନ୍ତୁ ଯେ ଆପଣ ରେଷ୍ଟରାଣ୍ଟରେ ଯାଇ ନନଭେଜ୍ ଅର୍ଡର କଲେ ଏବଂ ୱେଟର ଆପଣଙ୍କ ଅର୍ଡର ଆଣିଲା । କିନ୍ତୁ ଖାଇବା ପୂର୍ବରୁ ମାଂସର ପିସ୍ ଆପଣଙ୍କ ପ୍ଲେଟରୁ ଚାଲିଚାଲି ପଳାଉଛି । ତେବେ ଆପଣଙ୍କୁ କେମିତି ଲାଗିବ ?  ଠିକ୍ ଏମିତି ଘଟଣା ଜଣେ ମହିଳାଙ୍କ ସହିତ ଘଟିଛି । ମହିଳାଜଣକ ରେଷ୍ଟୁରାଣ୍ଟରେ ମିଟ୍ ଅର୍ଡର କରିଛନ୍ତି ଏବଂ ନନଭେଜର ଏକ ପିସ୍ ପ୍ଲେଟରୁ ହଲିବାକୁ ଲାଗିଲା ଏବଂ ଶେଷରୁ ଟେବଲରୁ ଖସି ତଳେ ପଡିଯାଉଛି । ଏହି ପୁରା ଘଟଣାକୁ ନିଜ କ୍ଯାମେରାରେ କଏଦ କରିଛନ୍ତି ସେହି ମହିଳା । ଏହାପରେ ସେ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ତେବେ କିଛି ୟୁଜର୍ସ କହୁଛନ୍ତି ଯେ ମାଂସ ଖଣ୍ଡକୁ ଏକ ସୂତା ମାଧ୍ୟମରେ ଟଣା ଯାଉଛି ଅର୍ଥାତ୍ ଏହା ଫେକ୍ ଭିଡିଓ । ତେବେ ଦେଖନ୍ତୁ ଭିଡିଓ …

ଫ୍ଲୋରିଡାରେ ରହିଥିବା ରେ ଫିଲିପ୍ସ ସେଠାର ଏସିଆନ୍ ରେଷ୍ଟୁରାଣ୍ଟରେ ଏହି ମିଟ୍ ଅର୍ଡର କରିଥିଲେ ।  ତେବେ ଏହି ଭିଡିଓକୁ ଦେଖିବା ପରେ କିଛି ଲୋକ ଏହାକୁ ଫେକ୍ ବୋଲି କହୁଛନ୍ତି । ଅନ୍ୟପଟେ ଆଉକିଛି ୟୁଜର୍ସ କହୁଛନ୍ତି ଯେ ମିଟ୍ ଫ୍ରେଶ୍(ତାଜା) ଥିଲା ସେଥିପାଇଁ ଚାଲିବାକୁ ଲାଗିଲା ।