ବଲାଙ୍ଗିର, ୧୯/୦୫ : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲର ନବ ନିର୍ମିତ କୋଠାରେ ଆସନ୍ତା ୨୧ତାରିଖରୁ ମେଡିସିନ ୱର୍ଡ କାର୍ଯ୍ୟକ୍ଷମ ହେବ। ପୂର୍ବରୁ ନବ ନିର୍ମିତ କୋଠାରେ ଆଖି, ଚର୍ମ, ମାନସିକ, ଦନ୍ତ ଆଦି ବିଭାଗ କାର୍ଯ୍ୟକାରୀ ହେଉଛି। ଉକ୍ତ କୋଠାକୁ ପ୍ରାୟ ବର୍ଷେ ପୂର୍ବେ ଲୋକାର୍ପଣ ହୋଇଥିଲେ ହେଁ ଆବଶ୍ୟକ ସରଞ୍ଜାମ ନଥିବାରୁ ସମସ୍ତ ୱାର୍ଡ କାର୍ଯ୍ୟକାରୀ ହୋଇପାରୁନଥିଲା। ଦୀର୍ଘ ଦିନ ପରେ କୋଠାରେ ମେଡିସିନ ବିଭାଗ ଚାଲିବା ନେ଼ଇ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଞ୍ଚଳିକ ରାଜନୀତି କରିବା ଅନ...