ଭୁବନେଶ୍ୱର ୩୧/୦୮ : କୁହାଯାଏ ଧ୍ୟାନ ମନକୁ ଶାନ୍ତ କରାଇଥାଏ । ଧ୍ୟାନ କରିବା ଦ୍ୱାରା ଶରୀରକୁ ବହୁ ଲାଭ ମିଳିଥାଏ । ମାତ୍ର ୧୦ ମିନିଟ୍ ଧ୍ୟାନ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଫିଟ୍ ରହିଥାଏ । ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ବହୁ କଷ୍ଟରେ ଶାରିରୀକ ଏପରିକି ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆସିବା ସହ ଆତ୍ମବିଶ୍ୱାସ ମଧ୍ୟ ବଢିଥାଏ । ଫଳରେ ବ୍ୟକ୍ତିର କାର୍ଯ୍ୟଦକ୍ଷତା ବଢେ । ନିଦ ସମସ୍ୟା ଦୂର ହୁଏ ନିୟମିତ ଧ୍ୟାନ କରିବା ଦ୍ୱାରା ରାତି ନିଦ ନ ହେବା ସମସ୍ୟାରେ ସୁଧାର ଆସିଥାଏ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି । ମାତ୍ର ମାନସିକ ସ୍ୱାସ୍ଥ୍ୟକୁ ନେଇ ସେତେଟା ସଚେତନ ନୁହନ୍ତି । କିନ୍ତୁ ଏକଥା ଭୁଲିଯାଉଛନ୍ତି ଯେ ଶାରିରୀକ ସ୍ୱାସ୍ଥ୍ୟ ସହ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ମାନସିକ ସ୍ୱାସ୍ଥ୍ୟବସ୍ଥାକୁ ବଜାୟ ରଖିବା ପାଇଁ ନିୟମିତ ୧୦ ମିନିଟ୍ର ଧ୍ୟାନ କରିବା ଯଥେଷ୍ଟ । ଏହା ଚିନ୍ତାକୁ ଦୂର କରିବା ସହ ହୃଦୟ ସ୍ୱାସ୍ଥ୍ୟକୁ ମଧ୍ୟ ସୁଧାରିଥାଏ ।

ଧ୍ୟାନ କ'ଣ?
ଧ୍ୟାନ ଏମିତି ଏକ ପ୍ରକ୍ରିୟା, ଯେଉଁଠାରେ ବ୍ୟକ୍ତି ଶାନ୍ତ ମନରେ ବସି ଆଖି ବନ୍ଦ କରିବା ସହ ନିଜ ଶ୍ୱାସକ୍ରିୟା ଉପରେ ଦୃଷ୍ଟିକେନ୍ଦ୍ରୀତ କରିବାକୁ ପଡିଥାଏ । ନିୟମିତ ଧ୍ୟାନ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ ।
ମାନିସକ ଶାନ୍ତି :
ନିୟମିତ ଧ୍ୟାନ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । ଏକାଗ୍ରତା ବଢିଥାଏ ।
ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ :
ନିୟମିତ ୧୦ ମିନିଟ୍ ଧ୍ୟାନ କରିବା ଦ୍ୱାରା ଚିନ୍ତା କମ୍ ହୋଇଥାଏ । ଫଳରେ ବ୍ୟକ୍ତି ଚିନ୍ତାମୁକ୍ତ ହୋଇ ଜୀବନଯାପନ କରିଥାଏ ।
ବୟସ :
କିଛି ଗବେଷଣାରୁ ଜଣାପଡିଛି ଯେ ନିୟମିତ ଧ୍ୟାନ କରିବା ଦ୍ୱାରା ବୟସ ଉପରେ ଏହାର ପ୍ରଭାବ ନିଶ୍ଚୟ ପଡିଥାଏ । ଏମାନଙ୍କୁ ନିୟମିତ ୨୦ ମିନିଟ୍ ଧ୍ୟାନ କରିବା ଆବଶ୍ୟକ ।
ବଢେ ନିର୍ଣ୍ଣୟ ନେବାର କ୍ଷମତା :
ନିୟମିତ ୧୦ ମିନିଟ୍ର ଧ୍ୟାନ କରିବା ଦ୍ୱାରା ବ୍ୟକ୍ତି ଭିତରେ ନିର୍ଣ୍ଣୟ ନେବାର କ୍ଷମତା ବଢିଥାଏ । ଧ୍ୟାନ କରିବା ଦ୍ୱାରା ରକ୍ତଚାପ, ରକ୍ତରେ ଶର୍କରାସ୍ତର ଓ ପାଚନ ତନ୍ତ୍ର ନିୟନ୍ତ୍ରିତ ରହିଥାଏ ।