ଭୁବନେଶ୍ବର, ୩।୩ :  ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କିନ୍ନର ମୀରା ପରିଡା। ସାମାଜିକ ଗଣମାଧ୍ୟମ ବିରୋଧରେ କଲେ ମାମଲା ।  ବିଭିନ୍ନ ସୋସିଆଲ ମିଡିଆରେ  ତାଙ୍କ ବିରୋଧରେ କରାଯାଇଥିବା  କୁତ୍ସାରଟନାକୁ ନେଇ  ମୀରା ଏହି ମାମଲା ରୁଜୁ କରିଛନ୍ତି। ଏ ସବୁ ତୁରନ୍ତ ବନ୍ଦ କରିବାକୁ ସେ  ହାଇକୋର୍ଟଙ୍କୁ  ନିବେଦନ କରିଛନ୍ତି। 

ଜଣେ କ୍ୟାନ୍ସର ପୀଡ଼ିତ ଅଶୋକ ଚମ୍ପତ୍ତିଙ୍କୁ ସାହାଯ୍ୟ କରି ଆସୁଛନ୍ତି ମୀରା। ଏହାକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମୀରାଙ୍କ ଚରିତ୍ର ସଂହାର  କରାଯାଇଥିଲା।  ସାମାଜିକ ଗଣମାଧ୍ୟମ ଏଭଳି ଚରିତ୍ର ସଂହାରକୁ ବନ୍ଦ କରିବା ସହ ସେମାନଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ହାଇକୋର୍ଟଙ୍କୁ  ନିବେଦନ କରିଛନ୍ତି।