ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ସୁରକ୍ଷିତ ନିର୍ବାଚନ ପାଇଁ ଡିଜିପିଙ୍କ କ୍ଯାମ୍ପ ଅଫିସରେ ବୈଠକ

ଭୁବନେଶ୍ୱର ୯/୪: ସୁରକ୍ଷିତ ନିର୍ବାଚନ ଓ ଆଇନ ଶୃଙ୍ଖଳା ପାଇଁ ଡିଜିପିଙ୍କ କ୍ଯାମ୍ପ ଅଫିସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡିଜିପି ଇନଚାର୍ଜ ବି.କେ. ଶର୍ମାଙ୍କ ସହ ବରିଷ୍ଠ ଆଇପିଏସ୍ ଅଫିସରମାନେ ଆଲୋଚନା କରିଛନ୍ତି । ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି, ପୋଲିସ କମିଶନର ଏହି ବୈଠକରେ ସାମିଲ ହୋଇଛନ୍ତି । ସୁରକ୍ଷିତ ନିର୍ବାଚନ ଓ ଆଇନ ଶୃଙ୍ଖଳା ନେଇ ବୈଠକରେ ଆଲୋଚନା କରାଯାଇଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରେ ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ମତଦାନ ପାଇଁ ଥିବା ନିର୍ବାଚନମଣ୍ଡଳୀ ଗୁଡ଼ିକ ମୁଖ୍ୟତଃ ମାଓ ଉପଦ୍ରୁତ ଇଲାକାରେ ରହିଛି । ମାଓ ଉପଦ୍ରୁତ ଇଲାକାରେ ପୁଲିସ୍‌ କିପରି ନିରାପଦରେ ଶାନ୍ତିଶୃଙ୍ଖଳାର ସହ ମତଦାନ କରାଇବ ତାହା ଉପରେ ଫୋକସ୍ ରହିଛି । କହିରଖୁଛୁ ଡିଜିପି ଆର୍ ପି ଶର୍ମା ଛୁଟିରେ ଯାଇଥିବାରୁ ବରିଷ୍ଠ ଆଇପିଏସ୍ ଅଫିସର  ବିଜୟ କୁମାର ଶର୍ମାଙ୍କୁ ଡିଜିପି ଦାୟିତ୍ବ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.