• ଖଣି ନିଲାମ ପାଇଁ ବୈଠକ ଡ଼ାକିଲେ ରାଜ୍ୟ ସରକାର
  • ଜାନୁଆରୀ ୩ ରେ ବସିବ ବୈଠକ
  • ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର,୨୩।୧୨ : ଖଣି ନିଲାମ ପାଇଁ ବୈଠକ ଡ଼ାକିଲେ ରାଜ୍ୟ ସରକାର। ଜାନୁଆରୀ ୩ ତାରିଖରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ରାଜ୍ୟର ୪୯ ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ବୈଠକରେ ନିଆଯିବ ନିଷ୍ପତ୍ତି। ପ୍ରସ୍ତାବିତ ଖଣି ବ୍ଲକ୍ମାନଙ୍କର ଉପଯୁକ୍ତତା, ଅନୁସନ୍ଧାନର ସ୍ଥିତି, ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ ସହ ବୈଠକରେ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରାଯିବ

ଓଡ଼ିଶାର ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ ଦ୍ୱାରା ଡିଓଏମ୍ଜି, ଓଏମ୍ସି, ଜିଏସ୍ଆଇ ଏବଂ ଏମ୍ଇସିଏଲ୍ ଦ୍ୱାରା ଅନୁସନ୍ଧାନ କରାଯାଇଥିବା ପ୍ରମୁଖ ଖଣି ବ୍ଲକ୍ମାନଙ୍କ ଏବଂ କ୍ରିଟିକାଲ୍ ଓ ଷ୍ଟ୍ରାଟେଜିକ୍ ଖଣି ବ୍ଲକ୍ମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି।

ବୈଠକରେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ସମେତ ଓଏମ୍ସି ଲିମିଟେଡ୍ର ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶାର ଖଣି ନିର୍ଦ୍ଦେଶକ, ଓଡ଼ିଶାର ଡେପୁଟି ଡାଇରେକ୍ଟର ଜେନେରାଲ୍ ଜିଏସ୍ଟି, ଏମ୍ଇସିଏଲ୍ର ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ଏବଂ ଆଇବିଏମ୍ର ରିଜିଓନାଲ୍ କଣ୍ଟ୍ରୋଲର ଅଫ୍ ମାଇନ୍ସଙ୍କୁ ପୂର୍ଣ୍ଣାଙ୍ଗ ତଥ୍ୟ ସହିତ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।