ଗାଜିଆବାଦ ୮।୪: ଗୁରୁଗ୍ରାମରେ ହିନ୍ଦୁ ସେନାର କାର୍ଯ୍ୟକର୍ତ୍ତାଙ୍କ ଦ୍ବାରା ମାଂସ ଦୋକାନ ବନ୍ଦ କରିବା ପରେ ଏବେ ଗାଜିଆବାଦରେ ବି ଏମିତି ଏକ ମାମଲା ସାମ୍ନାକୁ ଆସିଛି। ଗାଜିଆବାଦରେ ଜିଳ୍ଲାର ଲୋନୀ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ନିଜ ଅଞ୍ଚଳରେ ବିଭିନ୍ନ ମନ୍ଦିର ପାଖରେ ଥିବା ମାଂସ ଦୋକାନଗୁଡ଼ିକୁ ବନ୍ଦ କରାଇଛନ୍ତି। ସେ କହିଛନ୍ତି ଯେ, ନବରାତ୍ରି ସମୟରେ ମାଂସ ଦୋକାନ ଖୋଲିବା ରାଷ୍ଟ୍ରଦୋହ। ବିଧାୟକ ନନ୍ଦ କିଶୋର ଗୁର୍ଜର ନବରାତ୍ରି ସମୟରେ ମାଂସ ଦୋକାନ ଖୋଲିବା ବେଆଇନ କାର୍ଯ୍ୟ ବୋଲି କହିଛନ୍ତି।
{"id":11209,"width":742,"height":463}
ବିରୋଧୀ ଦଳର ନେତାମାନେ ଏଥିପାଇଁ ବିଧାୟକଙ୍କର ନିନ୍ଦା କରିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ସେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ବିଧାୟକଙ୍କ ଚାପରେ ନୀରବଦ୍ରଷ୍ଟା ସାଜିଛନ୍ତି। ଅପରପକ୍ଷରେ ଗାଜିଆବାଦର ବରିଷ୍ଠ ପୁଲିସ ଅଧିକାରୀ କେ. ଅଗ୍ରଓ୍ବାଲ କହିଛନ୍ତି ଏ ସମ୍ପର୍କରେ କୈାଣସି ଅଭିଯୋଗ ଆସି ନାହିଁ।