ନୂଆଦିଲ୍ଲୀ,୫/୭ : ଆମ ଦେଶରେ ଆସ୍ଥା ଏବଂ ଚମତ୍କାରରେ ଭରି ରହିଛି ହଜାର ହଜାର ମନ୍ଦିର । କିନ୍ତୁ ଏଭଳି ମନ୍ଦିର ରହିଛି ଯେଉଁଠି ଭୂତ- ପ୍ରେତଙ୍କ ଅଦାଲତ ଲାଗିଥାଏ । ସେଠାରେ ଶୁଣାଣି ହୁଏ ଏବଂ ଦୋଷ ବି ମାନିଥାନ୍ତି । ମାତ୍ର ଦୋଷ କୌଣସି ମଣିଷ ନୁହେଁ ବରଂ ଭୂତ –ପ୍ରେତ ମାନିଥାନ୍ତି ଏହି ଅଦାଲତରେ । ଅନ୍ୟ ମନ୍ଦିରଠାରୁ ଟିକେ ଭିନ୍ନ । ସେଠାରେ ମନ୍ଦିରର ମନ୍ତ୍ର ଧ୍ବନୀ ନୁହେଁ, କାନ୍ଦ ବୋବାଳି ସହ ଚିତ୍କାରର ଶଦ୍ଦ ଶୁଣାଯାଏ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆଜ୍ଞା ହଁ ଆମ ଦେଶରେ ଠିକ୍ ଏଭଳି ଏକ ମନ୍ଦିର ରହିଛି । ଯାହାକୁ ଆପଣ ସ୍ବପ୍ନରେ ବି ଭାବି ନଥିବେ । ଏଠାରେ ଭୂତ –ପ୍ରେତଙ୍କର ଶୁଣାଣି ହୋଇଥାଏ ।

ରାଜସ୍ଥାନର ଦୋସା ଜିଲ୍ଲାରେ ଏକ ଏଭଳି ଧାମ ରହିଛି ଯାହାର କାହାଣୀ ଜାଣି ଲୋକେ ଭୟଭୀତ ହୋଇଯାଇଥାନ୍ତି । ଆମେ କଥା ହେଉଛୁ ବିଶ୍ବ ପ୍ରସିଦ୍ଧ ମନ୍ଦିର ମେହନ୍ଦୀପୁର ବାଲାଜୀଙ୍କ । ଏଠାରେ ଶ୍ରୀରାମଙ୍କ ପରମ ଭକ୍ତ ଭଗବାନ ହନୁମାନ ନିଜ ବାଳକ ରୂପରେ ବିରାଜମାନ ଅଛନ୍ତି । ଏହା କୌଣସି ସାଧାରଣ ମନ୍ଦିର ନୁହେଁ, ବରଂ ଭୂତ-ପ୍ରେତ ଏବଂ ବାହ୍ୟ ପ୍ରତିବନ୍ଧକରୁ ମୁକ୍ତି ପାଇଁ ସବୁଠାରୁ ବଡ଼ ଅଦାଲତ। ଏହି ମନ୍ଦିରର ଦୃଶ୍ୟ ସାଧାରଣ ମନ୍ଦିରଠାରୁ ଭିନ୍ନ ଏବଂ ଭୟଭୀତ ହୋଇଥାଏ । ଏଠାକୁ ଆସୁଥିବା ବହୁ ବାହାଦୂର ଲୋକଙ୍କ କଲିଜା ଥରି ଉଠିଥାଏ । ମେହନ୍ଦୀପୁର ବାଲାଜୀଙ୍କ ସବୁଠାରୁ ବିଶେଷତା ଏହା କୁହାଯାଇଥାଏ କି ଏଠାରେ ସର୍ବସାଧାରଣରେ ଭୂତ- ପ୍ରେତଙ୍କ ଅଦାଲତ ଲାଗିଥାଏ । ମାନ୍ୟତା ଅଛି କି ଏଠାରେ ବାଲାଜୀ ମହାରାଜଙ୍କ ସହ ଭୈରବ ବାବା ଏବଂ ପ୍ରେତରାଜ ସରକାର ବି ରହିଥାନ୍ତି । ପ୍ରେତରାଜ ସରକାର ଏଠାକାର ନ୍ୟାୟଧୀଶ ବୋଲି କୁହାଯାଏ ।

ପ୍ରେତରାଜ ସରକାର ଏଠାରେ ନକାରାତ୍ମକ ଶକ୍ତିଙ୍କୁ ସଜା ଦେଇଥାନ୍ତି । ଆସୁଥିବା ପୀଡ଼ିତ ମଣିଷଙ୍କ ଭିତରେ ବାସ କରିଥିବା ଦୁଷ୍ଟ ଆତ୍ମା ଭୟରେ ଥରିବାକୁ ଏବଂ ଛଟପଟ ହେବାକୁ ଲାଗିଥାନ୍ତି । ଏଠାରେ ଲୋକେ ସର୍ବସାଧାରଣରେ ଚିଲାଇଥାନ୍ତି । କାନ୍ଥରେ ନିଜ ମୁଣ୍ଡ ପିଟିପିଟି ଅଜବ କାର୍ଯ୍ୟକଳାପ କରିଥାନ୍ତି । ବାଲାଜୀଙ୍କ ଡରରେ ଦୁଷ୍ଟ ଆତ୍ମା ଏଠରେ ନିଜ ଦୋଷ ମାନି ପୀଡ଼ିତଙ୍କୁ ଛାଡ଼ି ସବୁଦିନ ପାଇଁ ପଳାଇ ଯାଇଥାନ୍ତି । ଏହି ମନ୍ଦିର ଭିତରେ ପାଦ ରଖିବା କ୍ଷଣି ଏକ ଭିନ୍ନ ଦୁନିଆ ଅନୁଭବ ହୋଇଥାଏ । ଏଠାରେ ଚାରିଆଡ଼ୁ ଲୋକଙ୍କ କାନ୍ଦିବା ଏବଂ ଚିତ୍କାର କରିବାର ସ୍ବର ଆସିଥାଏ । ଏତିକି ନୁହେଁ କେତେକ ଲୋକ ତ ଏତେ ହିଂସ୍ର ହୋଇଯାଇଥାନ୍ତି ଯେ ସେମାନଙ୍କୁ ମୋଟା ଲୁହାର ଶିକୁଳିରେ ବାନ୍ଧି ରଖାଯାଇଥାଏ । ଏଠାରେ କୌଣସି ତାନ୍ତ୍ରିକ ଭଳି ଝଡ଼ା ଫୁଙ୍କା ହୋଇନଥାଏ, ବରଂ ବାଲାଜୀଙ୍କ ନାମ ଜପ କରି ଓ ପବିତ୍ର ଭସ୍ମ ଲଗାଇବା ଦ୍ୱାର ସବୁଠାରୁ ବଡ଼ କଷ୍ଟ ମଧ୍ୟ ଦୂର ହୋଇଯାଇଥାଏ ।

ମେହନ୍ଦୀପୁର ବାଲାଜୀ ମନ୍ଦିରରୁ କୌଣସି ବି ପ୍ରସାଦ କିମ୍ବା ଖାଦ୍ୟ ପାନୀୟ ଜିନିଷ ଘରକୁ ନେଇ ଯିବାକୁ ମନା ହୋଇଥାଏ । ମାନ୍ୟତା ଅଛି କି ଏଠାକାର କୌଣସି ବି ଜିନିଷ ନେଇଯିବା ଦ୍ବାରା ନକାରାତ୍ମକ ଶକ୍ତି ଏବଂ ଭୂତ- ପ୍ରେତ ବି ପଛେ ପଛେ ଘରକୁ ଆସିପାରନ୍ତି । ମନ୍ଦିରରୁ ବାହାରକୁ ବାହାରିବା ସମୟରେ ପଛକୁ ଦେଖିବାକୁ ମନା ଅଛି । ମାନ୍ୟତା ଅଛି କି ପଛକୁ ଦେଖିବା ଦ୍ବାରା ପଳାଇଯାଇଥିବା ଦୁଷ୍ଟ ଆତ୍ମାମାନେ ପୁଣି ନିୟନ୍ତ୍ରଣ ଫେରି ପାଇପାରିବେ।