କନ୍ଧମାଳ, ୧୭।୬ : କନ୍ଧମାଳ ପୁଲିସ କୋଟଗଡ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ମାଓଡମ୍ପ୍ ଠାବ କରିଛି। ଏଥିରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଆଦି ଜବତ କରାଯାଇଛି।

କୋଟଗଡ଼, ବାଲିଗୁଡ଼ା ଏବଂ ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସୀତାଗୁଡ଼ା, ଗଞ୍ଜୁଗୁଡ଼ା, କୁଟିବାର୍ହି, ଗୁଡ୍ରିକ୍ୟା ଏବଂ ଲାଞ୍ଜମ ଅଞ୍ଚଳରେ କନ୍ଧମାଳ ପୁଲିସ ପକ୍ଷରୁ ତଲାସୀ କରାଯାଇଥିଲା। ଏହି ଅଭିଯାନରେ ଦୁଇଟି ସ୍ପେଶାଲ ଅପରେସନ୍ସ ଗ୍ରୁପ୍ (SOG) ଟିମ୍ ଏବଂ DVF ଟିମ୍ ସାମିଲ ଥିଲେ। କୋଟଗଡ଼ ଥାନା ଅଞ୍ଚଳରେ ଲୁଚାଇ ରଖାଯାଇଥିବା ମାଓଡମ୍ପ ଠାବ କରିଥିଲେ। ସେଥିରୁ ଗୋଟିଏ ରାଇଫଲ, ବନ୍ଧୁକ, ମ୍ୟାଗାଜିନ, ଗୋଳାବାରୁଦ, କୋଡେକ୍ସ ତାର, ପାଞ୍ଚଟି ବୈଦ୍ୟୁତିକ ଡେଟୋନେଟର ସହିତ ଦୈନନ୍ଦିନ ବ୍ୟବହାର୍ଯ୍ୟ ବିଭିନ୍ନ ସାମଗ୍ରୀ ଜବତ କରିଥିଲେ।