ପାକିସ୍ତାନ ପାଇଁ ମେହବୁବାଙ୍କ ଓକିଲାତି, ଇମ୍ରାନଙ୍କୁ ଆଉ ଥରେ ସୁଯୋଗ ମିଳୁ

ନୂଆଦିଲ୍ଲୀ,୧୯।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ପ୍ରମାଣ ମାଗିଛନ୍ତି। ଏହାର ଜବାବରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପିଡିପି ନେତ୍ରୀ ମେହବୁବା ମୁଫତି ଇମ୍ରାନଙ୍କୁ ଆଉ ଏକ ସୁଯୋଗ ଦେବାର ଓକିଲାତି କରିଛନ୍ତି। ଇମ୍ରାନଙ୍କ ବୟାନ ପରେ ମେହବୁବା ଟ୍ବିଟ୍ କରି କହିଛନ୍ତି ପଠାନକୋଟର ଡୋଜିୟର ତାଙ୍କୁ ଦିଆଯାଇଥିଲା। କିନ୍ତୁ ଦୋଷୀଙ୍କୁ ଦଣ୍ଡ ମିଳିଲା ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନାହିଁ। କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏବେ ପୁଣି ଥରେ ସୁଯୋଗ ମିଳିବା ଦରକାର। କାରଣ ସେ ନିର୍ବାଚିତ ହୋଇ ଆସିଛନ୍ତି। ତେଣୁ ଯୁଦ୍ଧର ସ୍ଲୋଗାନ କେବଳ ଆଗାମୀ ନିର୍ବାଚନ ପାଇଁ ଦିଆଯାଉଛି। ଏହା ଛଡା ତାଙ୍କର ଆଉ କିଛି କାରଣ ନାହିଁ।