PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଶେହବାଜ ସରିଫଙ୍କ ସ୍ବରରେ ସ୍ବର ମିଶାଉଛନ୍ତି ମେହବୁବା ମୁଫ୍‌ତି; ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ କ’ଣ କହିଲେ?

Image Courtesy: Live Hindustan

ଶ୍ରୀନଗର,୨୪/୦୯: ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଟିପି ମୁଖ୍ୟ ମେହବୁବା ମୁଫ୍‌ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମତ ସହିତ ସ୍ବର ମିଶାଇଛନ୍ତି। ଶନିବାର ସେ କହିଛନ୍ତି ଯେ, ଯଦି ପାକିସ୍ତାନ ପ୍ରଧାନମନ୍ତ୍ରୀ କଶ୍ମୀର ବିବାଦର ସମାଧାନ କରି ଦୁଇଦେଶ ମଧ୍ୟରେ ଭଲ ସମ୍ପର୍କ ପୁନର୍ଗଠନ କରିବାକୁ ଚାହୁଁଛନ୍ତି , ତେବେ ଏପରି ହେବା ଉଚିତ୍‌। ମେହବୁବା କହିଛନ୍ତି, ‘ଯେପରି ବାଜପେୟୀଙ୍କ ସମୟରେ ଉଭୟ ଦେଶ ବସି ଆଲୋଚନା କରିଥିଲେ, ସେହିଭଳି ଯଦି ଉଭୟ ଦେଶ ଜାମ୍ମୁ କାଶ୍ମୀରର ସମାଧାନ ଖୋଜିବେ, ତେବେ ଏହା ମଧ୍ୟ ଦେଶ ପାଇଁ ଭଲ ହେବ।’

ମେହବୁବା ମୁଫତି କହିଛନ୍ତି ଯେ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ବିବାଦ ଘେରରେ ରହିଛି। ଜାମ୍ମୁ କାଶ୍ମୀର ପ୍ରସଙ୍ଗର ସମାଧାନ ମଧ୍ୟ ଜଟିଳ ଅଟେ। ଏହାକୁ ଏକ କାରାଗାରରେ ପରିଣତ କରାଯାଇଛି। ସବୁବେଳେ ଏଠାରେ ଏନକାଉଣ୍ଟର ହେଉଛି। ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ହୋଇପଡ଼ିଛି। ସୂଚନାଥାଉକି ଏହିତ ତମାମ ଉତ୍ତର ଅନ୍ତନାଗରେ ମିଡିଆ କର୍ମଚାରୀଙ୍କ ପ୍ରଶ୍ନରେ ମେହବୁବା ମୁଫ୍‌ତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ, ମିଳିତ ଜାତିସଂଘ ସାଧାରଣ ସଭାରେ ଜାମ୍ମୁ କାଶ୍ମୀର ବିଷୟରେ ମିଥ୍ୟା ପ୍ରଚାର କରିଥିବାରୁ ଭାରତ ପୁଣି ପାକିସ୍ତାନକୁ ନିନ୍ଦା କରିଛି। ମିଳିତ ଜାତିସଂଘରେ ଭାରତ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କହିଛନ୍ତି ଯେ ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିବାରୁ ଏହାକୁ ନିନ୍ଦା କରାଯାଇଛି। ନିଜ ଦେଶରେ ହୋଇଥିବା ଦୁଷ୍କର୍ମକୁ ଲୁଚାଇବା ଏବଂ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଯଥାର୍ଥତା ବୋଲି କହିବାକୁ ନେଇ ସେ ସମାଲୋଚନାର ଶିକାର ହୋଇଥିଲେ।

ସମ୍ବନ୍ଧିତ ଖବର