ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ମେହବୁବା ମୁଫତୀଙ୍କ ଆତଙ୍କବାଦୀ ପ୍ରେମ, ନିହତ ଲସ୍କର ଆତଙ୍କୀ ପାଇଁ ପୋଲିସକୁ ଦୋଷଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଶ୍ରୀନଗର ୨୦/ ୧୧: ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ଖୋଲାଖୋଲି ଭାବେ ସମର୍ଥନ କରୁଛନ୍ତି ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତୀ । ଆତଙ୍କୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ଯେମିତି ସହଜରେ ହଜମ କରୁପାରିନାହାନ୍ତି ମେହବୁବା । ଭାରତରେ ରହି ଭାରତର ଖାଇ ଆତଙ୍କବାଦୀଙ୍କ ପାଇଁ ଉଛୁଳି ପଡୁଛି ଗଭୀର ଭଲପାଇବା । ଗୋଟିଏ ପଟେ ସୀମାରେ ସୁରକ୍ଷା ବାହିନୀ ଜୀବନକୁ ବାଜି ଲଗାଇ ଦିନ ରାତି ଏକାକାର କରି ଦେଶ ସୁରକ୍ଷାରେ ଲାଗିଛନ୍ତି । ଅନ୍ୟପଟେ ଜଣେ ନେତ୍ରୀ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ସହିପାରୁନାହାନ୍ତି । ଓଲଟି ଭାରତୀୟ ସେନା ବାହିନୀ ଏବଂ ପୋଲିସକୁ ଦୋଷ ଦେଉଛନ୍ତି ।

ରବିବାର ଜାମ୍ମୁ କାଶ୍ମୀର ଅନନ୍ତନାଗର ବେଜବେହରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ନିହତ ହୋଇଥିଲା ଜଣେ ହାଇବ୍ରିଡ୍‌ ଆତଙ୍କବାଦୀ । ନିହତ ଆତଙ୍କୀ ସଜ୍ଜାଦ ତାନ୍ତ୍ରେ ଲସ୍କର-ଏ-ତୋଇବା ସଂଗଠନ ପାଇଁ କାମ କରୁଥିଲା । ମିଳିଥିବା ସୂଚନା ଅନୁସାରେ, ସଜ୍ଜାଦ ତାନ୍ତ୍ରେକୁ ପୂର୍ବରୁ ଗିରଫ କରାଯାଇଥିଲା । ରବିବାର ତାକୁ ଆତଙ୍କବାଦୀଙ୍କ ଆଡ୍ଡା ଚିହ୍ନାଇବା ପାଇଁ ନିଆଯାଇଥିଲା । ତେବେ ସେଠାରେ ପୂର୍ବରୁ ଲୁଚିରହିଥିବା ଆତଙ୍କୀ ପ୍ରଥମେ ସୁରକ୍ଷା ବାହିନୀ ଉପରକୁ ଗୁଳିମାଡ କରିଥିଲେ । ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ସଜ୍ଜାଦ ଶରୀରରେ ବାଜିଥିଲା ଆତଙ୍କବାଦୀଙ୍କ ଗୁଳି । ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାର ମୃତ୍ୟୁ ଘଟିଥିଲା । କିନ୍ତୁ ଏହାକୁ ନେଇ ସମ୍ବେଦନଶୀଳତା ଦେଖାଇଛନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତୀ ।

ମେହବୁବା ଟ୍ବିଟ୍‌ କରି କହିଛନ୍ତି, 'ହାଇବ୍ରିଡ୍‌ ଆତଙ୍କବାଦୀ କହି ଜଣେ କାଶ୍ମୀର ଅଭିଯୁକ୍ତକୁ ପୋଲିସ ହେପାଜତରେ ମାରି ଦିଆଯାଇଛି । ପୁଣି ସେହି କାହାଣୀ ଦୋହରାଯାଉଛି । ଗିରଫ ଜଣେ ଆତଙ୍କୀକୁ ଉଗ୍ରବାଦୀଙ୍କ ଠିକଣାକୁ ନିଆଯାଉଛି । ସେଠାରେ ରହସ୍ୟମୟୀ ପରିସ୍ଥିତିରେ ଗୁଳି ମାରିଦିଆଯାଉଛି । ଯାହା କିଛି ବି ହେଉଛି ସେଥିପାଇଁ କେହି ବି ଉତ୍ତରଦାୟୀ ନାହାନ୍ତି'।

ନିହତ ଆତଙ୍କବାଦୀ ସଜ୍ଜାଦ ତାନ୍ତ୍ରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା ପାଇଁ କାମ କରୁଥିଲା । ନିକଟରେ ତାକୁ ଗିରଫ କରାଯାଇଥିଲା । ପରେ ପୁଣି ତାକୁ ଛଡାଯାଇଥିଲା । ତେବେ ଗତ ନଭେମ୍ବର ୧୩ରେ ସେ ଦୁଇ ଜଣ ଶ୍ରମିକଙ୍କୁ ଆକ୍ରମଣ କରିଥିଲା । ଦୁଇ ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାରେ ତାନ୍ତ୍ରେକୁ ପୁଣି ଗିରଫ କରିଥିଲା । ଆଜି ସକାଳେ ଗିରଫ ଆତଙ୍କୀ ସଜ୍ଜାଦ ତାନ୍ତ୍ରେକୁ ଆତଙ୍କବାଦୀଙ୍କ ଆଡ୍ଡା ଚିହ୍ନଟ କରିବାକୁ ନିଆଯାଇଥିବା ବେଳେ ଗୁଳିମାଡରେ ତାର ମୃତ୍ୟୁ ହୋଇଛି ।

wp:html /wp:html

Copyright © 2022 - Summa Real Media Private Limited. All Rights Reserved.