ମେହୁଲ ଚୌକସୀର ନୂଆ ବାହାନା: ‘ମୁଁ ପଳାୟନ କରିନି, ଟ୍ରିଟମେଣ୍ଟ ପାଇଁ ଆସିଛି’

source:zeenews.india.com
ନୁଆଦିଲ୍ଲୀ ୧୭/୬: ପଳାତକ ବ୍ୟବସାୟୀ ମେହୁଲ ଚୌକସୀ ମୁମ୍ବାଇ ହାଇକୋର୍ଟରେ ଏକ ଆଫିଡେବିଟ୍ ଜମା କରିଛି । ଏଥିରେ ସେ କହିଛି ଯେ ସେ ଦେଶ ଛାଡି ପଳାୟନ କରିନି ବରଂ ସେ ମେଡିକାଲ୍ ଟ୍ରିଟମେଣ୍ଟ ପାଇଁ ଯାଇଛି । ଏହା ସହିତ ସେ ନିଜ ରୋଗ ସମ୍ପର୍କରେ ମେଡିକାଲ ଡକ୍ଯୁମେଣ୍ଟ ମଧ୍ୟ ଜମା କରିଛି ।
ଆଫିଡେବିଟ୍ ଅନୁସାରେ ବର୍ତ୍ତମାନ ସେ ଆଣ୍ଟିଗୁଆରେ ରହୁଛି । ସେ କହିଛି ଯେ ସେ ଯାଞ୍ଚରେ ସହଯୋଗ କରିବ । ସେ କହିଛି ଯେ ଯଦି କୋର୍ଟ ଚାହିଁବ ତେବେ ତେବେ ଯାଞ୍ଚ ଅଧିକାରୀ ଆଣ୍ଟିଗୁଆ ଆସିପାରିବେ ଏବଂ ସେ ଏଥିପାଇଁ ସହଯୋଗ କରିବା ପାଇଁ ରାଜି ଅଛି ।
ସେ ଏହା ମଧ୍ୟ କହିଛି ଯେ ସେ ଭିଡିଓ କନଫରେନ୍ସିଂ ଜରିଆରେ ସ୍ପେଶାଲ କୋର୍ଟ ଓ ଯାଞ୍ଚ ଅଧିକାରୀଙ୍କ ସାମ୍ନାରେ ହାଜର ହେବା ପାଇଁ ଚାହୁଁଛି । ସେ ଇଡି ଓ ସିବିଆଇର ସେହି କଥାକୁ ପ୍ରତ୍ଯାଖାନ କରିଛି, ଯେଉଁଥିରେ ଦର୍ଶାଯାଇଛି ଯେ ସେ ସହଯୋଗ କରୁନି । ସେ ସଫା ସଫା କହିଛି ଯେ ମେଡିକାଲ କଣ୍ଡିସନ୍ ଏମିତି ହୋଇଯାଇଛି ଯେ ସେ ଆଣ୍ଟିଗୁଆରୁ ବାହାରକୁ ଯାଇପାରୁନି । କିନ୍ତୁ ସେମାନେ ଆସି ମୋତେ ପଚରାଉଚରା କରିପାରିବେ ଏବଂ ମୁଁ ଏଥିପାଇଁ ପ୍ରସ୍ତୁତ ଅଛି ।