ନୂଆଦିଲ୍ଲୀ : ମିଳିତ ଜାତିସଂଘର ସୁରକ୍ଷା ପରିଷଦର ମାସିକ ଅଧ୍ୟକ୍ଷତା ଦାୟିତ୍ୱ ନେବା କ୍ଷଣି ଆମେରିକା ଏକ ଐତିହାସିକ ପଦକ୍ଷେପ ନେବ। ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ୨ ମାର୍ଚ୍ଚ ୨୦୨୬ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକର ଅଧ୍ୟକ୍ଷତା କରିବେ। ଏହା ପ୍ରଥମ ଥର ହେବ ଯେବେ କେହି ବର୍ତ୍ତମାନ ଆମେରିକୀୟ ପ୍ରଥମ ମହିଳା ସୁରକ୍ଷା ପରିଷଦର କୌଣସି ବୈଠକର ଦାୟୁତ୍ୱ ସମ୍ଭାଳିବେ। ବୈଠକର ମୁଖ୍ୟ ଫୋକସ ସଂଘର୍ଷ ପ୍ରଭାବିତ ଅଞ୍ଚଳରେ ପିଲା , ପ୍ରଯୁକ୍ତିବିଦ୍ୟା ଏବଂ ଶିକ୍ଷା ଉପରେ ଧ୍ୟାନ ଦିଆଯିବ, ଯେଉଁଠି ମେଲାନିଆ ଟ୍ରମ୍ପ ଶିକ୍ଷାକୁ ସହିଷ୍ଣୁତା, ଶାନ୍ତି ଓ ବିଶ୍ୱ ସୁରକ୍ଷାର ମଜବୁତ ମୂଳଦୁଆ ବୋଲି କହିଛନ୍ତି।
ହ୍ୱାଇଟ୍ ହାଉସ୍ ସ୍ପଷ୍ଟ କରିଛି ଯେ, ନ୍ୟୁୟର୍କରେ ହେବାକୁ ଥିବା ଏହି ଅଧିବେଶନର ବିଷୟ ସଂଘର୍ଷ ଅଞ୍ଚଳରେ ପିଲା , ପ୍ରଯୁକ୍ତିବିଦ୍ୟା ଓ ଶିକ୍ଷା ଉପରେ କେନ୍ଦ୍ରିତ ହେବ। କୁହାଯାଉଛି ଯେ, ମେଲାନିଆ ଟ୍ରମ୍ପ ଏଥିରେ ଶିକ୍ଷାକୁ ସହିଷ୍ଣୁତା ଓ ବିଶ୍ୱ ଶାନ୍ତିର ମାର୍ଗ ଭାବେ ପ୍ରମୁଖତା ଭାବେ ନେବେ। ପ୍ରଥମ ମହିଳାଙ୍କ କାର୍ଯ୍ୟକାଳର ଏକ ବୟାନରେ କୁହାଯାଇଛି ଯେ, ବୈଠକର ମୁଖ୍ୟ ଉଦ୍ଦେଶ୍ୟ ସହିଷ୍ଣୁତା ଓ ବିଶ୍ୱ ଶାନ୍ତକୁ ପ୍ରସାର କରିବାରେ ଶିକ୍ଷାର ଭୂମିକା ଉପରେ ଜୋର ଦେବା। ଏଥିରେ ଆହୁରି କୁହାଯାଇଛି ଯେ, ମେଲାନିଆ ଟ୍ରମ୍ପଙ୍କ ନେତୃତ୍ୱରେ ଏହା ପ୍ରଥମ ଥର ହେବ ଯେବେ କେହି ବର୍ତ୍ତମାନ ଆମେରିକୀୟ ପ୍ରଥମ ମହିଳା ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବେ, ଯେଉଁଠି ସଦସ୍ୟ ଶିକ୍ଷା , ପ୍ରଯୁକ୍ତିବିଦ୍ୟା, ଶାନ୍ତି ଓ ସୁରକ୍ଷା ଭଳି ପ୍ରସଙ୍ଗରେ ବିଚାର-ବିମର୍ଶ କରିବେ।
- ଆହୁରି ମଧ୍ୟ ପଢନ୍ତୁ : ପାକିସ୍ତାନର ନ୍ୟୁକ୍ଲିୟର ଧମକକୁ ଖାତିର କରିବନି ଭାରତ , ଏବେ ଜବାବ ଆହୁରି ସାଂଘାତିକ ହେବ : ଲେଫ୍ଟଲାଣ୍ଟ ଜେନେରାଲଙ୍କ ଚେତାବନୀ
ଉଲ୍ଲେଖନୀୟ ଯେ, ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଅଧ୍ୟକ୍ଷତା ପ୍ରତି ମାସରେ ଏହାର ୧୫ ସଦସ୍ୟ ବିଶିଷ୍ଟ ଦେଶ ମଧ୍ୟରେ ବଦଳି ଥାଏ। ଏଥିରେ ଅଧ୍ୟକ୍ଷତା ପ୍ରାପ୍ତ କରୁଥିବା ଦେଶକୁ ଏଜେଣ୍ଡା ସ୍ଥିର କରିବା ଏବଂ ବୈଠକର ଅଧ୍ୟକ୍ଷତା କରିବାର ଅଧିକାର ମିଳିଥାଏ। ବ୍ରିଟେନ୍ , ଫ୍ରାନ୍ସ , ରୁଷ୍ ଓ ଚୀନ ସହ ପାଞ୍ଚ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ସାମିଲ ଆମେରିକା ମାର୍ଚ୍ଚ ମାସ ପାଇଁ ଏହି ଦାୟିତ୍ୱ ନିର୍ବାହ କରିବ। ପରମ୍ପରା ଭାବେ ପରିଷଦର ବୈଠକର ଅଧ୍ୟକ୍ଷତା ସେହି ଦେଶର ଜାତିସଂଘର ରାଷ୍ଟ୍ରଦୂତ କିମ୍ୱା ଜଣେ ବରିଷ୍ଠ ସରକାରୀ ମନ୍ତ୍ରୀଙ୍କ ଦ୍ୱାରା ଅଧ୍ୟକ୍ଷତା କରାଯାଏ।
ଉଲ୍ଲେଖନୀୟ ଯେ, ପୂର୍ବର ପ୍ରଥମ ମହିଳାଙ୍କ ମଧ୍ୟରେ ଏଲେନୋର ରୁଜଭେଲ୍ଟଙ୍କ ଭଳି ପ୍ରମୁଖ ବ୍ୟକ୍ତି ସାମିଲ ଅଛନ୍ତି। ଯିଏକି ମିଳିତ ଜାତିସଂଘର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଳାଇ ଥିଲେ , କିନ୍ତୁ ନିଜର ପ୍ରଥମ ମହିଳା କାର୍ଯ୍ୟକାଳ ବେଳେ ସେ ସୁରକ୍ଷା ପରିଷଦର କୌଣସି ବୈଠକର ଅଧ୍ୟକ୍ଷତା କରି ନଥି।