ନୂଆଦିଲ୍ଲୀ : ୱେଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ-ଇନ-ଚିଫ୍,ଲେଫିନେଣ୍ଟ ଜେନେରେଲ ମନୋଜ କୁମାର କାଟିୟାର ଗୁରୁବାର କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଭାରତ ଏବେ ପାକିସ୍ତାନର ନ୍ୟୁକ୍ଲିୟର ଧମକରେ ଡ଼ରିବ ନାହିଁ ଏବଂ କହିଛନ୍ତି ଭାରତର ପ୍ରତି ଆକ୍ରମଣ ଗତ ଥର ଅପେକ୍ଷା ଆହୁତି ଦୃଢ ଓ ଜୋରଦାର ହେବ। ପଠାନକୋଟରେ ଏକ ବିଶେଷ ସମ୍ମାନ ଉତ୍ସବରେ ଜେନେରାଲ ସ୍ପଷ୍ଟ ଭାବେ କହିଛନ୍ତି - ଭାରତୀୟ ସେନାର ଟାକ୍ଟିକାଲ ମାଇଣ୍ଡସେଟ୍ ଜବାବୀ ଆକ୍ରମଣରୁ ପରିବର୍ତ୍ତନ ହୋଇ ଭୂମିରେ ନିର୍ଣ୍ଣାୟକ ବିଜୟ ହାସଲ କରିବା ଦିଗରେ ହୋଇଛି।

ସେ କହିଛନ୍ତି , ଅପରେସନ ସିନ୍ଦୂରରେ ,ଆମେ ତାଙ୍କର (ପାକିସ୍ତାନର) ସବୁ ଟେରରିଷ୍ଟ ବେସ୍‌ରେ ଆକ୍ରମଣ କରିଥିଲୁ ... ଏହାପରେ ସେ ଜବାବୀ କାର୍ଯ୍ୟାନୁଷ୍ଠାନ କରିଥିଲେ ଏବଂ ଜବାବରେ , ଆମେ ତାଙ୍କର ମିଲିଟ୍ରି ବେସ୍ ଓ ଏୟାର ବେସ୍ ଧ୍ୱଂସ କରି ଦେଲୁ। ପୁଣି ସେ ଅସ୍ତ୍ରବିରତି ପାଇଁ ଅନୁରୋଧ କଲେ ଏବଂ କେବଳ ଆମକୁ ନୁହେଁ , ବରଂ ଅନ୍ୟ ଦେଶ ମାନଙ୍କ ଦ୍ୱାରା ଭାରତ ସହ ଅସ୍ତ୍ରବିରତି ମାଗିଲେ। ସେ ଆମ ସହ ଲଢି ପାରିବେ ନାହିଁ ...ଜବାବ ଅପରେସନ ସିନ୍ଦୂରରେ ଆମେ ଯାହା କରିଛୁ , ଏହାଠାରୁ ମଧ୍ୟ ଆହୁରି ଦୃଢ ହେବ, କିନ୍ତୁ ଆମର ପୂରା ବିଶ୍ୱାସ ଯେ, ଆମେ ଗତ ଥର ଠାରୁ ମଧ୍ୟ ଅଧିକ କଡ଼ା ଜବାବ ଦେବାକୁ ହେବ।

ସେ ଆହୁରି କହିଛନ୍ତି , ଏହି ଅପରେସନାଲ ଡେମୋଷ୍ଟ୍ରେସନ କେବଳ ଅପରେସନ ସିନ୍ଦୂରରେ ଆମର ବିଜୟର ଉତ୍ସବ ନୁହେଁ , ଏହି ପ୍ରସ୍ତୁତିର ଏକ ପ୍ରଦର୍ଶନ। ବିପଦ ଏବେ ଟଳି ନାହିଁ , ଏବଂ ଏହିଥର ଶତ୍ରୁକୁ ପୂର୍ବାପେକ୍ଷା ଅଧିକ ଜୋରଦାର ଝଟକା ଲାଗିବ। ବର୍ଡର ସେପଟୁ ପରମାଣୁ ଆକ୍ରମଣର ବାରମ୍ୱାର ଆସୁଥିବା ଧମକକୁ ନେଇ ଲେଫ୍ଟିନାଣ୍ଟ ଜେନେରାଲ କଟିୟାର ତାଙ୍କୁ ଦୁର୍ବଳ ଠାରୁ ସୃଷ୍ଟି ହୋଇଥିବା ଧୋକା କହିଛନ୍ତି।