ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଅନିୟମିତତାକୁ ନେଇ ସ୍ମାରକପତ୍ର

ତେନ୍ତୁଳିଖୁଣ୍ଟ, ୨୫।୧ (ଆପ୍ର)- ତେନ୍ତୁଳିଖୁଣ୍ଟି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବାକୁ ତେନ୍ତୁଳିଖୁଣ୍ଟି ବ୍ଲକର ବିଜେପି କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ତେନ୍ତୁଳିଖୁଣ୍ଟି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଦୁର୍ଯ୍ୟୋଧନ ଭୋଇଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ସମୟରେ ରାଜ୍ୟ ଯୁବ ମର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ମାନସ ରଞ୍ଜନ ଦାଶ,ଜିଲ୍ଲା ସାଧାରଣ ସମ୍ପାଦକ ଅଚ୍ୟୁତା ନନ୍ଦ ବିଷୋୟି, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଧରଣୀ ସିଂ,ସନ୍ତୋଷ ପାତ୍ର, ମଣ୍ଡଳ ସଭାପତି ହରେକୃଷ୍ଣ ମୁଦୁଲି, ଅଂଚଳଗୁମା ମଣ୍ଡଳ ସଭାପତି ନନ୍ଦନନ୍ଦନ ବିଷୟି, ଅଂଚଳଗୁମା ମଣ୍ଡଳ ସାଧାରଣ ସମ୍ପାଦକ ଅଭିମନ୍ୟୁ ହରିଜନ , ପ୍ରଦୀପ ଶାହ,ରାଜେଶ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ।