ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ଚୟନ ନେଇ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ

ତିଗିରିଆ,୨୫।୧ ତିଗିରିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଚଞ୍ଚକତା ଓ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯାଇ ଆବାସ ଯୋଗାଇ ଦେବା ନେଇ ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି। ବୁଧବାର ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ତଥା ବିଜେପି ଦଳର ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟଙ୍କ ନେତୃତ୍ୱରେ ତିଗିରିଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ବେହେରା ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି lଏହାସହ ଆସନ୍ତା ୭ ଦିନ ମଧ୍ୟରେ ପ୍ରକୃତ ହିତାଧିକାରୀଙ୍କୁଚୟନ କରାଯାଇ ଯଦି ଆବାସ ଯୋଜନାରେ ଅନ୍ତର୍ଭୁକ୍ତକରାନଯାଏ ତେବେ ଅଗାମୀ ଦିନରେ ତିଗିରିଆ ବ୍ଲକକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରାଯିବ ବୋଲି ଦୃଢ ଚେତାବନୀ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସନ୍ତୋଷ କୁମାର ରାଉତ ତିଗିରିଆ ମଣ୍ଡଳ ସଭାପତି, ଚିନ୍ମୟ ମଲ୍ଲିକ ନୂଆ ପାଟଣା ମଣ୍ଡଳ ସଭାପତି, ସ୍ମୃତିରଞ୍ଜନ ଦାସ, ଶଙ୍କର୍ଷଣ ମହାନ୍ତି, ଦିପୁନ ସେନାପତି, ଲାଲ ମୋହନ ରାଉତ, ପ୍ରେମାନନ୍ଦ ରାଉତ, ପୀତବାସ ପ୍ରଧାନ, ବ୍ରହ୍ମାନନ୍ଦ ଜେନା, ସନ୍ତୋଷ ନାଏକ, ସନାତନ ଖଟୁଆ, ଦେବବ୍ରତ ସାମଲ, ମିଟୁ ସାହୁ, ସରୋଜ ଜେନା, ଛବିନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ l