ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତର ଦେଲେ ମେନକା ଗାନ୍ଧୀ

source;indianexpress.com
ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ଦେଶରେ ଓଡ଼ିଶା ସମେତ ସବୁ ରାଜ୍ୟର ଅଙ୍ଗନବାଡି କର୍ମୀ ଏବଂ ଅଙ୍ଗନବାଡି ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧିକୁ ୧ ଅକ୍ଟୋବର ୨୦୧୮ରୁ ଲାଗୁ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି କରିଥିଲେ । ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରେ ସବୁ ରାଜ୍ୟକୁ ପତ୍ର ଜରିଆରେ ଏ ନେଇ ଅବଗତ କରାଯାଇଥିବା ନେଇ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଗତ ୨୫ ତାରିଖରେ ଲେଖାଯାଇଥିବା ଚିଠିର ଉତ୍ତରରେ ଶ୍ରୀମତୀ ଗାନ୍ଧୀ ଏହି ସୂଚନା ଦେଇଛନ୍ତି । ପତ୍ରରେ ଆହୁରି ଉଲ୍ଲେଖ କରି ଶ୍ରୀମତୀ ଗାନ୍ଧୀ କହିଛନ୍ତ. ଚଳିତ ଆର୍ଥିକ ବର୍ଷ ପାଇଁ ବର୍ଦ୍ଧିତ ପାରିଶ୍ରମିକ ବାବଦକୁ ତୃତୀୟ ଓ ଚତୁର୍ଥ କ୍ୱାଟର୍ସ ପାଇଁ କେନ୍ଦ୍ର ସରକାର ତାଙ୍କର ଅଂଶ ବାବଦକୁ ଓଡ଼ିଶାକୁ ୧୬୬୯୪.୩୮ ଲକ୍ଷ ଟଙ୍କା ଦେଇଛନ୍ତି । ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଖାଲି ପଡିଥିବା ଅଙ୍ଗନବାଡି ପଦବୀ ଗୁଡ଼ିକୁ ପୂରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବାରମ୍ବାର ରାଜ୍ୟଙ୍କୁ ଚିଠି ଲେଖୁଛନ୍ତି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦେବାକୁ ଅନୁରୋଧ କରାଯାଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଶ୍ରୀମତୀ ଗାନ୍ଧୀ ।