PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

କଳିଙ୍ଗରେ ଭାରତର ଗୋଲ୍‌ ବର୍ଷା

ଭୁବନେଶ୍ୱର, ୬ ।୬ (ବ୍ୟୁରୋ): ରୁଷିଆ ବିପକ୍ଷରେ ଦମ୍‌ଦାର ବିଜୟରୁ ଭାରତୀୟ ଦଳ ଆଜି ଏଫ୍‌ଆଇଏଚ୍‌ ପୁରୁଷ ସିରିଜ୍‌ ଫାଇନାଲ୍ସରେ ଅଭିଯାନ ଆରମ୍ଭ କରିଛି । କଳିଙ୍ଗ ଷ୍ଟାଡିୟମରେ ଆଜି ଗୋଲ ବର୍ଷା କରିଥିଲା ଭାରତୀୟ ଦଳ । ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ରହିଥିଲା । ଭାରତ ୧୦-୦ ଗୋଲରେ ବିଜୟ ହାସଲ କରିଥିଲା । ଓଡ଼ିଆ ଖେଳାଳି ଅମିତ ରୋହିଦାସ ଦଳ ପାଇଁ ତୃତୀୟ ଗୋଲଟି ସ୍କୋର କରିଥିଲେ । ଆଜି ଆଉ ଦୁଇଟି ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ଆମେରିକା ଓ ଦ୍ୱିତୀୟ ମ୍ୟାଚ୍‌ରେ ପୋଲାଣ୍ଡ ବିଜୟୀ ହୋଇଛି ।

ପ୍ରଥମ କ୍ୱାର୍ଟର: ୧୨ତମ ମିନିଟ୍‌ ପର୍ଯ୍ୟନ୍ତ ରୁଷିଆ ଘରୋଇ ଖେଳାଳିଙ୍କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲା । ମାତ୍ର ୧୩ତମ ମିନିଟ୍‌ରେ ଘରୋଇ ଦଳକୁ ଗୋଲ ଖାତା ଖୋଲିବାରେ ଅଟକାଇ ପାରି ନଥିଲା ରୁଷିଆ । ନୀଳକାନ୍ତ ଶର୍ମା ଚମତ୍କାର ଫିଲ୍ଡ ଗୋଲ୍‌ ସହ ଭାରତକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ ।

ଦ୍ୱିତୀୟ କ୍ୱାର୍ଟର: ଏହି ଭାଗରେ ଘରୋଇ ଦଳ ୨ଟି ଗୋଲ୍‌ ସ୍କୋର କରିଥିଲା । ୧୯ତମ ମିନିଟ୍‌ରେ ସିମରନଜିତ ସିଂହ ଫିଲ୍ଡ ଗୋଲ୍‌ ଜରିଆରେ ଦଳକୁ ୨-୦ ଗୋଲରେ ଆଗୁଆ କରାଇଥିଲେ । ଏହାର ଗୋଟିଏ ମିନିଟ୍‌ ପରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଅମିତ ରୋହିଦାସ ଏହାକୁ ଗୋଲରୂପ ଦେବାରେ ଆଦୌ ବିଫଳ ହୋଇ ନଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଭାରତ ୩ଟି ଗୋଲ୍‌ ସ୍କୋର କରିଥିଲା ।

ତୃତୀୟ କ୍ୱାର୍ଟର: ପ୍ରଥମାର୍ଦ୍ଧର ବିରତି ପରେ ଭାରତୀୟ ଖେଳାଳି ଅଧିକ କ୍ଷୀପ୍ର ହୋଇ ଯାଇଥିଲା । ଏହି କ୍ୱାର୍ଟରରେ ଦଳ ୫ଟି ଗୋଲ୍‌ ସ୍କୋର କରିଥିଲା । ୩୨ତମ ମିନିଟ୍‌ରେ ହର୍ମନପ୍ରୀତ ସିଂ (ପେନାଲ୍ଟି କର୍ଣ୍ଣର), ୩୪ତମ ମିନିଟ୍‌ରେ ବରୁଣ କୁମାର (ପେନାଲ୍ଟି), ୩୭ତମ ମିନିଟ୍‌ରେ ଗୁରସାହିବଜିତ ସିଂହ (ଫିଲ୍ଡ ଗୋଲ), ୪୨ତମ ମିନିଟ୍‌ରେ ଆକାଶଦୀପ ସିଂହ (ଫିଲ୍ଡ ଗୋଲ) ଏବଂ ୪୫ତମ ମିନିଟ୍‌ରେ ବିବେକ ପ୍ରସାଦ (ଫିଲ୍ଡ) ଗୋଲ ସ୍କୋର କରି ଦଳକୁ ୮-୦ ଗୋଲ୍‌ରେ ଅଗ୍ରଣୀ କରାଇ ବିଜୟ ନିଶ୍ଚିତ କରିଥିଲେ । ରୁଷିଆ ଘରୋଇ ଖେଳାଳିଙ୍କୁ ବାଧା ଦେବାରେ ଆଦୌ ସଫଳ ହୋଇ ନଥିଲା ।

ଚତୁର୍ଥ କ୍ୱାର୍ଟର: ଅନ୍ତିମ କ୍ୱାର୍ଟରରେ ଭାରତ ୨ଟି ଗୋଲ୍‌ କରିଥିଲା । ୪୮ତମ ମିନିଟ୍‌ରେ ହର୍ମନପ୍ରୀତ ବ୍ୟକ୍ତିିଗତ ଡବଲ ଗୋଲ୍‌ (ପେନାଲ୍ଟି) ସ୍କୋର କରିଥିଲେ । ଶେଷରେ ୫୬ତମ ମିନିଟ୍‌ରେ ଆକାଶଦୀପ ସିଂହ ଏକ ଫିଲ୍ଡ ଗୋଲ୍‌ ସ୍କୋର କରି ଦଳୀୟ ସ୍କୋରକୁ ୧୦-୦ରା ପହଞ୍ଚାଇଥିଲେ । ପରବର୍ତ୍ତୀ ୪ ମିନିଟ୍‌ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷ ପର୍ଯ୍ୟନ୍ତ ରୁଷିଆ ଗୋଲ୍‌ ଖାତା ଖୋଲି ପାରି ନଥିଲା । ପରିଶେଷରେ ଦଳ ୦-୧୦ ଗୋଲ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଥିଲା ।

ସମ୍ବନ୍ଧିତ ଖବର