ଅଢେଇ ବର୍ଷର ଶିଶୁ ଘରୁ ଡାକି ନେଇ ବିଭତ୍ସ ହତ୍ୟା- ଦୁର୍ବୃତ୍ତର ଆକ୍ରମଣରେ ଶିଶୁର ବାପା ଗୁରୁତର

ଅଢେଇ ବର୍ଷର ଶିଶୁ ଓ ତା ବାପାକୁ ଘରୁ ଡାକି ନେଇ ବିଭତ୍ସ ହତ୍ୟା- ଶିଶୁର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର
ପୋଲସରା – ଗଞ୍ଜାମ ଜିଲ୍ଲାର ପୋଲସରା ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ । ପୋଲସରା ଥାନାର ଭାବରୁଡା ଗାଁରେ ଜଣେ ଅଢେଇ ବର୍ଷର ଶିଶୁକୁ ଦୁକ୍ବୃତ୍ତ ହାଣି କରି ହତ୍ୟା କରିଛି । ମୃତ ଶିଶୁର ନାମ ଜଗନ୍ନାଥ ସାହୁ । ଦୁର୍ବୃତ୍ତର ଆକ୍ରମଣରେ ଶିଶୁର ବାପା ଗୁରୁତର ହୋଇଛନ୍ତି । ଆକ୍ରମଣ କରିଥିବା ଲୋକଟି ମାନସିକ ବିକୃତ ହୋଇଥିବା କୁହାଯାଉଛି ।
ଏହି ବ୍ୟକ୍ତି ଜଣଙ୍କ ଶିଶୁ ଏବଂ ତା ବାପାଙ୍କୁ ଘରୁ ଡାକି ନେଇଥିଲା । ପରେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ତା ବାପା ବୁଲୁ ସାହୁ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଏହାର ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଅଭିଯୁକ୍ତକୁ ଅଟକ ରଖିଛି ।