ପ୍ରମୂଖ ଖବର
  • ବାଲେଶ୍ୱର : ବାସଭବନରେ ପହଞ୍ଚିଲା ପ୍ରଶାନ୍ତଙ୍କ ପ୍ରାର୍ଥିବ ଶରୀର, ଶୋଭାଯାତ୍ରା ପରେ ହେବ ଅନ୍ତିମ ସଂସ୍କାର
  • ||
  • IPL 2025: ଆଜି ବେଙ୍ଗାଲୁରୁକୁ ଭେଟିବ ରାଜସ୍ଥାନ, ଘରୋଇ ଗ୍ରାଉଣ୍ଡରେ ଆରସିବିର ପ୍ରଥମ ବିଜୟ ଲକ୍ଷ୍ୟ
  • ||
  • ଢେଙ୍କାନାଳ : କୁଖ୍ୟାତ ଅପରାଧୀ ହୁଣ୍ଡକୁ ଏନକାଉଣ୍ଟର୍‌, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଗୁରୁବାର ଜାତୀୟ ପଞ୍ଚାୟତିରାଜ ଦିବସ: ସବୁ ପଞ୍ଚାୟତରେ ହେବ ସ୍ୱତନ୍ତ୍ର ଗ୍ରାମସଭା, ଆଭାସୀ ମାଧ୍ୟମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
  • ||
  • ଗୁରୁବାର ଭୀଷଣ ଗ୍ରୀଷ୍ମ ପ୍ରକୋପ, ୨୬ ଯାଏ ଆକାଶରୁ ଅଗ୍ନିବର୍ଷା: ଉପକୂଳରେ ଅସହ୍ୟ ହେବ ତାତି, ଗୁଳୁଗୁଳି
  • ||

ଅନ୍ତରବାଟିଆରେ ମେରୁ ଯାତ୍ରା ପାଳିତ

Published By : Prameya | April 14, 2025 6:10 PM

ଗୋପାଳପୁର ୧୪/୪ : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନିକଟସ୍ଥ ଅନ୍ତରବାଟିଆ ଗ୍ରାମର ମା’ ଦକ୍ଷିଣ କାଳୀ ମନ୍ଦିର ପ୍ରାଙ୍ଗଣରେ ମେରୁ ଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି। ୧୩ ଦିନିଆ ଦଣ୍ଡରେ ବହାରି ସୋମବାର ଶେଷ ଦିନରେ ଦଣ୍ଡୁଆ ମାନେ ଗ୍ରାମରେ ଧୂଳିଦଣ୍ଡ, ପାଣିଦଣ୍ଡ  କରିଥିଲେ।

ପୂଜାର୍ଚ୍ଚନା ସରିବା ପରେ ପାଟଭୁକ୍ତା ପ୍ରଶାନ୍ତ କୁମାର ଦାସଙ୍କୁ ଝଜାଙ୍ଗ ପତ୍ର, ଦହି, କଦଳୀ ବଟାକୁ ଲେପନ ଦେଇ ମେରୁ ଖୁଣ୍ଟକୁ ଆଣି ଝୁଲାଯାଇଥିଲା l ପୁରୋହିତ ଭାବେ ବନୋଜ କୁମାର ଶତପଥୀ, କର୍ତ୍ତା ଭାବେ ରାମହରି ଦାସ ଏବଂ ଅର୍ଜୁନ ଦାସ ପୂଜାର୍ଚ୍ଚନା କରି ମେରୁ ଝୁଲଣ କରାଯାଇଥିଲା। ପରେ ମନ୍ଦିରକୁ ନିଆଯାଇଥିଲା l ଏଥିରେ ଆଖପାଖ ଅଞ୍ଚଳର ବହୁ ଭକ୍ତ ଓ ମାନସିକ ଧାରି ମାନେ ପହଞ୍ଚି ମେରୁ ଦର୍ଶନ କରିବା ସହ ଭୋଗ ରାଗ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.