PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ : ବିଜେପିରେ ମିଶିଲେ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇ
  • ||
  • ଚୌଦ୍ୱାର : ୧୬୨ ପେଟି କଫସିରଫ ଜବତ, ୨ ଗିରଫ
  • ||
  • ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ, ଖସିଗଲା ମାଓ ନେତା ଅନମୋଲ
  • ||
  • ଭୁବନେଶ୍ଵର : ୨୦୨୦ ରୁ ୨୦୨୨ ମଧ୍ୟରେ ଓଡ଼ିଶାରେ କୋଭିଡ୍‌ରେ ମରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ, ଫାଇଲିନ୍ ବାତ୍ୟାରେ ହୋଇଛି ସର୍ବାଧିକ କ୍ଷତି
  • ||
  • ଭୁବନେଶ୍ଵର : ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା
  • ||

ମେସିଙ୍କ ଫିଟ୍‌ନେସ୍‌କୁ ନେଇ ଚିନ୍ତାରେ ବାର୍ସେଲୋନା

ବାର୍ସେଲୋନା,୩ା୨(ଏଜେନ୍ସିା): ଏଫସି ବାର୍ସେଲୋନାର ଷ୍ଟାର୍‌ ଷ୍ଟ୍ରାଇକର ଲିଓନେଲ ମେସି ଆହତ ହୋଇଛନ୍ତି । ଶନିବାର ଅନୁଷ୍ଠିତ ଭାଲେନ୍‌ସିଆ ବିପକ୍ଷ ମ୍ୟାଚ୍‌ରେ ମେସି ଆହତ ହୋଇଥିଲେ । ବୁଧବାର ଦିନ କୋପା ଡେଲ୍‌ ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ ଖେଳାଯିବ । ବାର୍ସେଲୋନା ଏହି ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରିଏଲ ମାଦ୍ରିଦକୁ ଭେଟିବ । ଏହା ପୂର୍ବରୁ ମେସି ଫିଟ୍‌ ହୋବା ନେଇ ଆଶଙ୍କା ରହିଛି । କୋଚ୍‌ ଏର୍ଣ୍ଣେଷ୍ଟୋ ଭାଲଭର୍ଡ କହିଛନ୍ତି ଯେ, ମଙ୍ଗଳବାର ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ରିଏଲ ମାଦ୍ରିଦ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ସେ ଫିଟ୍‌ ହେବା ହେବା ଜରୁରୀ ।