PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ୟୁଜର୍ସଙ୍କ ଡାଟା ସେୟାର ମାମଲା, ମେଟା ଉପରେ ଲାଗିଲା ୧୦,୭୦୦ କୋଟି ଟଙ୍କାର ଜୋରିମାନା

ନୂଆଦିଲ୍ଲୀ ୨୩/୫: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ହ୍ୱାଟ୍ସଆପର ସଞ୍ଚାଳନ କରୁଥିବା କମ୍ପାନୀ ମେଟା ଉପରେ ୟୁରୋପୀୟ ୟୁନିୟନ୍ ୟୁଜର୍ସଙ୍କ ସମ୍ପର୍କରେ ସୂଚନା ଆମେରିକାକୁ ପଠାଇବା ଉପରେ ସୋମବାର ରୋକ ଲଗାଇବା ସହିତ ୧.୩(ପ୍ରାୟ ୧୦,୭୦୦ କୋଟି ଟଙ୍କା) ଅରବ ଡଲାରର ଜୋରିମାନା ଲଗାଇଦେଇଛି । ପ୍ରାୟ ୫ ବର୍ଷ ପୂର୍ବେ ୟୁରୋପୀୟ ୟୁନିୟନ୍ ପ୍ରାଇଭେସି ଉଲ୍ଲଙ୍ଘନ ସମ୍ବନ୍ଧିତ କଡା ଆଇନ୍ ଲାଗୁ ହେବା ପରେ ଲଗାଯାଇଥିବା ଏହା ହେଉଛି ସବୁଠାରୁ ବଡ ଜୋରିମାନା । ଏହା ପୂର୍ବରୁ ୟୁରୋପୀୟ ସଂଘ ୨୦୨୧ରେ ଇ-କମର୍ସ କମ୍ପାନୀ ଆମାଜନ ଉପରେ ୭୪.୬ କୋଟି ୟୁରୋ ଜୋରିମାନା ଲଗାଇଥିଲା ।

ମେଟା ପ୍ରାୟ ଏକ ଦଶକ ପୁରୁଣା ଏହି ମାମଲାରେ ପୂର୍ବରୁ ୟୁରୋପ ୟୁଜର୍ସଙ୍କ ସେବା ବନ୍ଦ କରିବା ନେଇ ଚେତାବନୀ ଦେଇଥିଲା । କିନ୍ତୁ ୟୁରୋପୀୟ ୟୁନିୟନର କଡା ଆଦେଶ ଆସିବା ପରେ ସେ ଉପରିସ୍ଥ ଅଦାଲତରେ ଅପିଲ୍ କରିବା କଥା କହିଥିଲା ଯେଉଁଥିରେ ନିଷ୍ପତ୍ତି ଉପରେ ରୋକ ଲଗାଯିବାର ଆବଦନ କରାଯାଇଥିଲା । ମେଟାର ଗ୍ଲୋବାଲ ଇସ୍ୟୁର ହେଡ୍ ନିକ କ୍ଲେଗ୍ ଏବଂ ଚିଫ୍ ଲ ଅଫିସର ଜେନିଫର ନ୍ୟୁଷ୍ଟିଡ୍ କହିଥିଲେ କି ଏହି ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଏବଂ ଅନ୍ୟାୟପୂର୍ଣ୍ଣ ।

ଆୟରିଶ ଡାଟା ପ୍ରୋଟେକ୍ସନ କମିଶନ ମେଟା ୟୁଜର୍ସଙ୍କ ପର୍ସନାଲ ଡାଟା ଆମେରିକା ପଠାଇବାକୁ ରୋକିବା ପାଇଁ ୫ ମାସର ସମୟ ଦିଆଯାଇଥିଲା । ଏହା ସହିତ କମ୍ପାନୀକୁ ଆମେରିକାରେ ଷ୍ଟୋର ୟୁଜର୍ସଙ୍କ ପର୍ସନାଲ୍ ଡାଟାକୁ ନେଇ ମଧ୍ୟ ସମାଧାନ ବାହାର କରିବାକୁ କୁହାଯାଇଛି । ଏକ ଦଶକ ଏହି ପୁରୁଣା ମାମଲାରେ ମେଟାରେ ପୂର୍ବରୁ ୟୁରୋପର ୟୁଜର୍ସଙ୍କ ସେବା ବନ୍ଦ କରିବା ପାଇଁ ଚେତାବନୀ ଦେଇଥିଲା । ତେବେ କମ୍ପାନୀ ସ୍ପଷ୍ଟ କରିଛି କି ୟୁରୋପରେ କମ୍ପାନୀର ସେବା ଜାରି ରହିଛି । ଏହି ସମ୍ପୂର୍ଣ୍ଣ ମାମଲା ୟୁରୋପୀୟ ଦେଶମାନଙ୍କ ସହ ଜଡିତ । ୟୁରୋପୀୟ ନିୟାମକଙ୍କୁ ଏନେଇ ଚିନ୍ତା କି ଏହି କମ୍ପାନୀମାନଙ୍କ ମାଧ୍ୟମରେ ଯଦି ୟୁଜର୍ସଙ୍କ ଡାଟା ଆମେରିକାରେ ପହଞ୍ଚେ ତେବେ ପରେ ଆମେରିକୀୟ ସୁରକ୍ଷା ଏଜେନ୍ସିମାନଙ୍କ ପର୍ଯ୍ୟନ୍ତ ପହଞ୍ଚିପାରେ ।