PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

୧୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରେ ପୋକ ଭଳି ଦେଖାଯାଉଥିବା ଏହି ରୋବୋଟ

ନୂଆଦିଲ୍ଲୀ,୮।୩: ଫ୍ରେଞ୍ଚ ଏରୋନଟିକାଲ୍ସ ଇଞ୍ଜିନିୟର ଏଡଓ୍ବିନ ବ୍ରେନ ରୁବେମ୍ବେ ପୋକ ଭଳି ଦେଖାଯାଉଥିବା ଏକ ରୋବୋଟ ‘ମେଟାଫ୍ଲାଏ’ ତିଆରି କରିଛନ୍ତି। ଯାହାକି ପୁରାପୁରି ପୋକ ଭଳି ଦେଖାଯାଏ।  ଏହା ଏକ ଖାସ୍ ସିନ୍ଥେଟିକ ପକ୍ରିୟା ’ବାୟୋମିମିଟିକ୍ସ’ରୁ ପବନରେ ଉଡିଥାଏ। ଯାହାକି ସମ୍ପୂର୍ଣ୍ଣ ଭାବରେ ପ୍ରାକୃତିକ ବୋଲି ଅନୁଭବ ହେବ। ମେଟାଫ୍ଲାଇ ପବନରେ ଅତି ଦ୍ରୁତ ଓ ଧିମା ଗତିରେ ଉଡିବାରେ ସକ୍ଷମ। ଏହାର ଓଜନ କେବଳ ମାତ୍ର ୧୦ ଗ୍ରାମ ହୋଇଥିବା ବେଳେ ଲମ୍ବା ୭.୫ ଇଞ୍ଚ, ଯାହାକି ନିଜର ପର ଖୋଲିବା ପରେ ୧୧.୪ ଇଞ୍ଚ ଚଉଡା ହୋଇଥାଏ। ଏହା ୧୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖିଛି, ଟପ୍ ସ୍ପିଡ୍ ୧୮ କିଲୋମିଟର ପ୍ରତି ଘଣ୍ଟା। ମେଟା ଫ୍ଲାଇ ଦୁଇଟି ରିମୋଟରେ କନଟ୍ରୋଲ କରିହେବ।

source: https://www.bhaskar.com

ଏହାର ପଙ୍ଖାକୁ କାର୍ବନ ଫାଇବର, ଲିକ୍ବିଡ କ୍ରିଷ୍ଟଲ ପଲିମର ଏବଂ  ଓରିଏଣ୍ଟେଡ ପଲିପ୍ରୋପଲିନ୍ ଠାରୁ ତିଆରି କରାଯାଇଛି। ଏହାର ଫ୍ରଣ୍ଟ ଲେଗ୍ ଓ ବ୍ୟାକ ବମ୍ପର ଏହାର ଶରୀରକୁ ସୁରକ୍ଷିତ କରିଥାଏ। ଏହାର କୋରଲେସ ମିଟର ଯାହାକି ଆଲୁମିନିୟମ ହିଟ୍ ସିଙ୍କ ସହିତ ଲାଗି ରହିଛି। ଫଳରେ ମୁଭମେଣ୍ଟକୁ କନଟ୍ରୋଲ କରିଥାଏ। ଏଥିରେ ଲାଗିଥିବା ହାଇବ୍ରିଡ ଲିଥିୟମ ବ୍ୟାଟେରି ମୋଟରକୁ ପାଓ୍ବାର ସପ୍ଲାଇ କରିଥାଏ। ବ୍ୟାଟେରିକୁ ଫୁଲ ଚାର୍ଜ କରିବାକୁ କେବଳ ୧୨ ମିନିଟ୍ ସମୟ ଳାଗିଥାଏ। ଏହି ସିଙ୍ଗିଲ ଚାର୍ଜିଙ୍ଗରେ ୮ ମିନିଟ ସମୟ ପର୍ଯ୍ୟନ୍ତ ଉଡିପାରେ। ଏହାର ଖାସ୍ ପାଓ୍ବାରବ୍ୟାକ୍ ଏହାକୁ ପ୍ରାୟ ୨୦ ଥର ଫୁଲ ଚାର୍ଜ କରିବାର କ୍ଷମତା ରଖିଥାଏ।