ନୂଆଦିଲ୍ଲୀ,୮।୬: ଫେସବୁକ୍‌ର ପାରେଣ୍ଟ କମ୍ପାନୀ ‘ମେଟା’ ଏବେ ଡିଫେନ୍ସ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରି କରିବାର ପ୍ରସ୍ତୁତି କରୁଛି। ଆଗାମୀ ଦିନରେ ଆମେରିକା ସୈନିକ ଖୁବ୍ ଶୀଘ୍ର ମେଟା ଦ୍ବାରା ପ୍ରସ୍ତୁତ କରାଯାଇଥିବା ହାଇଟେକ୍ ହେଲମେଟ୍ ଓ ଚଷମା ପିନ୍ଧିଥିବାର ନଜର ଆସିବେ। ଏହି ହେଲମେଟ୍‌ ଓ ଚଷମା ଭିତରେ ବହୁ ହାଇଟେକ୍ ଫିଚର୍ସ ଦେଖିବାକୁ ମିଳିବ।

ମେଟା ଏଥିପାଇଁ Palmer Luckey  ଡିଫେନ୍ସ ଫର୍ମ Anduril Industries ସହ ପାର୍ଟନରସିପ୍‌ କରିଛି। ଦୁଇ କମ୍ପାନୀ ମିଶିକି ଏହି ପ୍ରୋଜେକ୍ଟ ଉପରେ କାମ କରିବେ, ଯାହାକୁ  EagleEye ନାଁ ଦିଆଯାଇଛି। ଏଥିପାଇଁ ପ୍ରାୟ ୧୦୦ ମିଲିୟନ ଆମେରିକୀୟ ଡଲାର ଦିଆଯାଇଛି।  ରିପୋର୍ଟ ଅନୁସାରେ,  ମେଟା ଓ  Anduril ଦ୍ବାରା ତିଆରି କରାଯାଇଥିବା ହାଇଟେକ୍ ହେଲମେଟ୍‌ ଗ୍ଲାସେସ୍‌ ଓ ଅନ୍ୟ ବିୟରେବଲ୍‌ ପ୍ରଡକ୍ଟ ତିଆରି କରିବ। ରିପୋର୍ଟ ଅନୁସାରେ, ଏହି ଡିଭାଇସ୍‌ରେ ସେନସର ଲଗା ହେବ, ଯାହାକି ସୈନିକଙ୍କୁ ଭଲ ଭିଜନ୍‌ ଓ ହିଅରିଂ ପାଓ୍ବାର ଦେବ। ଏପରିକି ଅବଜେକ୍ଟର ମୁଭମେଣ୍ଟକୁ ମଧ୍ୟ ରେକର୍ଡ କରିପାରିବ। 

Palmer Luckey  ପକ୍ଷରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ Palmer Luckey ପୋଷ୍ଟ କରିଛି। ପୋଷ୍ଟରେ କୁହାଯାଇଛି ମେଟା ଓ Anduril ପାର୍ଟନରସିପ୍‌ କରିଛି, ଯାହାକି ଦୁନିଆର ସବୁଠାରୁ ଭଲ ଏଆର ଓ ଭିଆର ସିଷ୍ଟମକୁ ଆମେରିକା ସେନା ପର୍ଯ୍ୟନ୍ତ ପହଁଞ୍ଚାଇବାର କାମ କରିବ। ମେଟା ଓ  Anduril ର ପାର୍ଟନରସିପ୍‌ ଅନୁସାରେ ପ୍ରସ୍ତୁତ କରାଯାଉଥିବା ଡିଭାଇସ୍‌ରୁ ଆମେରିକା ସୈନିକ ଉଡୁଥିବା ଡ୍ରୋନ୍‌କୁ ଦୂରରେ ଦେଖି ଡିଟେକ୍ଟ କରିପାରିବେ କିମ୍ବା ନିଜର ଲୁଚି ରହିଥିବା ଟାର୍ଗେଟକୁ ଜାଣିପାରି‌ବେ। ଏହା ଗ୍ଲାସ୍ ଗ୍ରାଉଣ୍ଡରେ ଥିବା ଅବଜେକ୍ଟର ଦୂରତାକୁ ମଧ୍ୟ କହିବାରେ କାମ କରିବ। ରିପୋର୍ଟ ଅନୁସାରେ, ସୈନିକଙ୍କ ପାଖରେ ଥିବା ଏହି ଟୁଲ୍ସ ଏଆଇ ପାସଓ୍ବାର୍ଡ ସିଷ୍ଟମ ସହ ଇଣ୍ଟିଗ୍ରେଟେଡ୍ ହେବ। Anduril ସୈନିକଙ୍କ ପାଇଁ ଇନଷ୍ଟ୍ରୁମେଣ୍ଟ ତିଆରି କରିବ ଓ ମେଟା ସେଥିରେ ନିଜର ଟେକ୍ନୋଲୋଜିକୁ ସାମିଲ କରିବ।