ନୂଆଦିଲ୍ଲୀ : ଚଳିତ ଆଇପିଏଲର ୪୧ତମ ମ୍ୟାଚ୍ ହାଇଦ୍ରାବାଦକୁ ଭେଟୁଛି ମୁମ୍ବାଇ ଇଣ୍ଡିଆନ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ପାଣ୍ଡ୍ୟା ବାହିନୀ । ସେପଟେ ବୋଲିଂ କରିବ ସନରାଇଜର୍ସ ହାଇଦ୍ରାବାଦ । mi ୭ଟି ମ୍ୟାଚ ଖେଳି ୪ ପଏଣ୍ଟ ଅର୍ଜନ କରିଥିବାବେଳେ ହାଇଦ୍ରାବାଦ ୮ଟି ମ୍ୟାଚରୁ ୧୦ ପଏଣ୍ଟ ପାଇଛି । ମୁମ୍ବାଇ ପାଇଁ ବିଜୟ ଜରୁରି ହୋଇ ପଡ଼ିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ । ଏହି ମ୍ୟାଚକୁ ନେଇ ଘରୋଇ ଦଳ ଜୋରଦାର ପ୍ରସ୍ତୁତି କରିଛି । ପ୍ଲେ-ଅଫ୍ରେ ପ୍ରବେଶ କରିବାକୁ ହେଲେ ମୁମ୍ବାଇକୁ ଏବେଠୁ ବାକି ସବୁ ମ୍ୟାଚ ଜିତିବାକୁ ହେବ । ତେଣୁ ଆଜି ବିଜୟ ପାଇଁ ସବୁ ଶକ୍ତି ଲଗାଇବାକୁ ଦଳ ପ୍ରୟାସ କରିବ ।
ହାଇଦ୍ରାବାଦ ଚମତ୍କାର ଫର୍ମରେ ରହିଛି । ବୋଲିଂ ବିଭାଗରେ ବିଭିନ୍ନତା ହାଇଦ୍ରାବାଦକୁ ଶକ୍ତିଶାଳୀ କରିଛି । ପ୍ୟାଟ୍ କମିନ୍ସ ଖେଳିବା ପରଠୁ ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣା ହୋଇଛି । ବ୍ୟାଟିଂ ବିଭାଗ ମଧ୍ୟ ଉନ୍ନତ ପ୍ରଦର୍ଶନ ଜାରି ରଖିଛି । ମୁମ୍ବାଇକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି ଆଣିବାକୁ ହେବ । ଅସଲରେ କହିବାକୁ ଗଲେ ଯଶପ୍ରୀତ ବୁମରା ୱିକେଟ୍ ହାସଲ କରିବାରେ ବିଫଳ ହେଉଥିବାରୁ ମୁମ୍ବାଇ ଅନେକ ବିଜୟ ହାତଛଡ଼ା କରିଛି । ନଚେତ ବ୍ୟାଟିଂ ବିଭାଗର ପ୍ରଦର୍ଶନରେ ସେଭଳି ଅବନତି ହୋଇ ନାହିଁ । ବୋଲିଂ ବିଭାଗକୁ ଦକ୍ଷତା ମୁତାବକ ପ୍ରଦର୍ଶନ କରିବାକୁ ପଡ଼ିବ ।
ଏହାସହ ପଢ଼ନ୍ତୁ : IIT ଖଡ଼ଗପୁରରେ ପୁଣି ଛାତ୍ରଙ୍କ ଆତ୍ମହତ୍ୟା, ହଷ୍ଟେଲରୁ ଉଦ୍ଧାର ହେଲା ମୃତଦେହ