ନୂଆଦିଲ୍ଲୀ: IIT ଖଡ଼ଗପୁର କ୍ୟାମ୍ପସର ପଣ୍ଡିତ ମଦନମୋହନ ମାଲବ୍ୟ ହଷ୍ଟେଲରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ମୃତହେଦ । ମୃତ ଛାତ୍ର ଜଣକ ଏମ୍. ଟେକ୍ କରୁଥିବା ଜଣାପଡ଼ିଛି । ତେବେ ଦୁର୍ଭାଗ୍ୟର କଥା ହେଉଛି କି, ୧୦ ଦିନ ମଧ୍ୟରେ ଦ୍ବିତୀୟ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି । ସେପଟେ ମୃତ ଛାତ୍ର ଜଣକ ହେଲେ ୨୨ ବର୍ଷୀୟ ସୋହମ ହାଲଦର । ୧୦ ଦିନ ମଧ୍ୟରେ ଦ୍ବିତୀୟ ଘଟଣା ହୋଇଥିବାବେଳେ ଏବେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

ଜଣେ ଅଧିକାରୀ କହିଛନ୍ତି ଯେ, ମୃତ ଛାତ୍ରଙ୍କ ମୃତଦେହ ହଷ୍ଟେଲରୁ ଉଦ୍ଧାର କରଯାଇଛି । ଖବର ପାଇବା ପରେ ପୁଲିସକୁ ସୂଚନା ଦିଆଯାଇଥିଲା । ପୁଲିସର କହିବା ଅନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ଜଣାପଡୁଛି ଯେ ମାମଲାଟି ଆତ୍ମହତ୍ୟା ବୋଲି ଜଣାପଡୁଛି । ଖଡ଼ଗପୁର ଟାଉନ୍ ପୋଲିସ ଷ୍ଟେସନ ଛାତ୍ରଙ୍କ ମୃତଦେହକୁ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ପୋଲିସ ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରିଛି । ପୋଷ୍ଟମର୍ଟମ୍ ପରେ ହିଁ ମୃତ୍ୟୁର ସଠିକ୍ କାରଣ ନିର୍ଣ୍ଣୟ କରାଯିବ। ଏକ ବିବୃତ୍ତିରେ, ପ୍ରତିଷ୍ଠାନ ଛାତ୍ରଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛି ଏବଂ କହିଛି ଯେ ତଦନ୍ତ ଆରମ୍ଭ କରାଯାଇଛି । ମୃତ ଛାତ୍ରଙ୍କ ପରିବାରକୁ ଏସମ୍ପର୍କରେ ଅବଗତ କରାଯାଇଛି । ପରିବାରରେ ଖେଳିଯାଇଛି ଶୋକର ଛାୟା ।

ପ୍ରତିଷ୍ଠାନର ନିର୍ଦ୍ଦେଶକ ସୁମନ ଚକ୍ରବର୍ତ୍ତୀ କହିଛନ୍ତି ଯେ IIT ଖଡ଼ଗପୁର ଚାପ ଏବଂ ମାନସିକ ଅବସାଦରେ ପୀଡିତ ଛାତ୍ରମାନଙ୍କୁ ଚିହ୍ନଟ କରିବ । ଚାପ ଏବଂ ମାନସିକ ଅବସାଦରେ ପୀଡିତ ଛାତ୍ରମାନଙ୍କୁ ଚିହ୍ନଟ କରିବା ପାଇଁ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ । ଏହି ବ୍ୟବସ୍ଥାରେ ସାମିଲ ଥିବା ବ୍ୟକ୍ତିମାନେ ଛାତ୍ରମାନଙ୍କ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୃତକ ଉତ୍ତର ୨୪ ପରଗନା ଜିଲ୍ଲାର ବାରସାଟର ବାସିନ୍ଦା ଥିଲେ।

ଏହାସହ ପଢ଼ନ୍ତୁ : ଟ୍ରୋଲ ହେଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ, ଦ୍ବିତୀୟ ବିବାହକୁ ନେଇ ଦେଇଥିଲେ ଏଭଳି ମନ୍ତବ୍ୟ