ନୂଆଦିଲ୍ଲୀ,୦୭/୦୩; ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚ୍ ଆସନ୍ତାକାଲି ଖେଳାଯିବ । ଅହମ୍ମଦାବାଦରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ, ପ୍ରତିପକ୍ଷ ଅଧିନାୟକ ମିଚେଲ ସାଣ୍ଟନର ସାମ୍ବାଦିକ ସମ୍ମିଳନୀରେ କିଛି ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଫାଇନାଲ ଫାଇଟ୍ ପୂର୍ବରୁ ସେ ଜସପ୍ରିତ ବୁମରାଙ୍କୁ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, "ଏହା ଏକ ବହୁତ ଫ୍ଲାଟ ଏବଂ ହାଇ-ସ୍କୋରିଂ ମ୍ୟାଚ୍ ହେବାକୁ ଯାଉଛି । ଜସପ୍ରିତ ବୁମରା ନିଶ୍ଚିତ ଭାବରେ ଭାରତ ପାଇଁ ଏକ ଗେମ୍ ଚେଞ୍ଜର ପ୍ରମାଣିତ ହେବେ।  

​​​​​​​କେବଳ ଏତିକି ନୁହେଁ, ସାଣ୍ଟନର ସାମ୍ବାଦିକ ସମ୍ମିଳନୀ ସମୟରେ ଏପରି କିଛି କହିଥିଲେ ଯାହା ଭାରତୀୟ ପ୍ରଶଂସକଙ୍କୁ ଆଘାତ ଦେଇପାରେ । ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, "ଆମେ ଆମର ଛୋଟ ଛୋଟ ତ୍ରୁଟିକୁ ଦୂର କରିବାକୁ ଚେଷ୍ଟା କରୁଛୁ । ଆମେ ଗତ କିଛି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛୁ । ଟ୍ରଫି ଜିତିବା ପାଇଁ କିଛି ଲୋକଙ୍କ ହୃଦୟ ଭାଙ୍ଗିବାକୁ ମୁଁ ଆପତ୍ତି କରିବି ନାହିଁ। " ବରୁଣ ଚକ୍ରବର୍ତ୍ତୀଙ୍କ ପ୍ରଦର୍ଶନ ଉପରେ ନିଜର ମତାମତ ଦେଇ ସାଣ୍ଟନର କହିଛନ୍ତି, "ଆମେ ସମସ୍ତେ ଜାଣୁ ଯେ, ସେ କେତେ ଭଲ ବୋଲର । ଆମେ ଫ୍ଲାଟ୍ ପିଚ୍ ବିଷୟରେ ଭଲ ଭାବରେ ଜାଣିଛୁ । ସେ ଏବେ ବି ଜଣେ ଭଲ ବୋଲର ଏବଂ ତାଙ୍କର ଫର୍ମ ଖୋଜିବା ପାଇଁ ତାଙ୍କୁ ଗୋଟିଏ ମ୍ୟାଚ୍ ଦରକାର। "

ଏହା ବି ପଢନ୍ତୁ...ଭାରତ ଚାମ୍ପିଅନ୍ ହେବ କି ? ଟି-ଟ୍ୱେଣ୍ଟି ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇତିହାସ ବଦଳାଇବ ୪ ସମୀକରଣ   

ପରିବେଶ ଭାରତ ସପକ୍ଷରେ ଅଛି- ପ୍ରେସମିଟରେ ସାଣ୍ଟନର ସ୍ୱୀକାର କରିଥିଲେ ଯେ, ବର୍ତ୍ତମାନ ଭାରତ ପାଇଁ ଗତି ଭଲ ରହିଛି, ବିଶେଷକରି ସେମାନେ ଯେଉଁ ଭଳି ବ୍ୟାଟିଂ କରିଥିଲେ, ସେମିଫାଇନାଲରେ ୨୫୦ରୁ ଅଧିକ ରନ ସଂଗ୍ରହ କରିଥିଲେ । ମାହୋଲ ଭାରତ ସପକ୍ଷରେ ରହିଛି ।

'ଫ୍ଲାଟ ପିଚ୍ ଆଶା'- ସାଣ୍ଟନର ଫାଇନାଲରେ ଏକ ଫ୍ଲାଟ୍ ପିଚ୍ ଆଶା କରୁଛନ୍ତି। ସେ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ୱିକେଟ୍ ଦେଖିନାହିଁ । ଏହା କଭରରେ ଆଚ୍ଛାଦିତ । କିନ୍ତୁ ମୁଁ ଅନୁମାନ କରିପାରିବି ଯେ, ଏହା ବହୁତ ଫ୍ଲାଟ୍ ଏବଂ ହାଇ-ସ୍କୋରିଂ ହେବ "।

ଘରୋଇ ପଡ଼ିଆରେ ଜିତିବା ପାଇଁ ଭାରତ ଚାପଗ୍ରସ୍ତ - ଘରୋଇ ମାଟିରେ ପ୍ରଶଂସକଙ୍କ ସାମ୍ନାରେ ଭାରତୀୟ ଖେଳାଳିମାନେ ଚାପରେ ରହିବେ ବୋଲି ସାଣ୍ଟନର ବିଶ୍ୱାସ କରନ୍ତି । ସେ କହିଛନ୍ତି, "ମୁଁ ଭାବୁଛି ଘରୋଇ ମାଟିରେ ଏହି ବିଶ୍ୱକପ୍ ଜିତିବା ପାଇଁ ଭାରତ ଉପରେ ବହୁତ ଚାପ ରହିଛି। "