ପ୍ରମୂଖ ଖବର
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ବିପଦରେ ୯ ହଜାର କର୍ମଚାରୀଙ୍କ ଚାକିରି, ଛଟେଇ ଘୋଷଣା କଲା ଏହି କମ୍ପାନୀ…

Published By : Swapna Ray | July 3, 2025 8:50 AM

ନୂଆଦିଲ୍ଲୀ, ୩।୭: ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ପୁଣି ଥରେ ବଡ଼ ଧରଣର ଛଟେଇ ଘୋଷଣା କରିଛି । ରିପୋର୍ଟ ଅନୁଯାୟୀ, କମ୍ପାନୀ ଏହାର ମୋଟ୍ ବିଶ୍ୱସ୍ତରୀୟ କର୍ମଚାରୀଙ୍କ ପ୍ରାୟ ୪ ପ୍ରତିଶତ ଅର୍ଥାତ୍ ପ୍ରାୟ ୯ ହଜାର ମାଇକ୍ରୋସପ୍ଟ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଆଧିକାରିକ ଭାବେ ଭାବେ କମ୍ପାନୀର ଏହି ନୂତନ ଛଟେଇକୁ ନେଇ କୌଣସି ବୟାନ ଜାରି କରିନାହିଁ । ଏହାକୁ ୨୦୨୩ ପରେ କମ୍ପାନୀର ସବୁଠାରୁ ବଡ଼ ଛଟେଇ ବୋଲି କୁହାଯାଉଛି । ତେବେ ଏଭଳି ଛଟେଇ ମାଇକ୍ରୋସପ୍ଟରେ ସାଙ୍ଗଠନିକ ପରିବର୍ତ୍ତର ଏକ ଅଂଶ । ବର୍ତ୍ତମାନ କମ୍ପାନୀର କେଉଁ ବିଭାଗ ଏହି ଛଟେଇ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବ ସେ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପ୍ରକାଶ କରାଯାଇନାହିଁ । କିନ୍ତୁ, ସମସ୍ତ ରିପୋରର୍ଟ ଆଧାରରେ ଏହା ଜଣାପଡ଼ୁଛି ଯେ, କୋଡିଂ ଆସିଷ୍ଟାଣ୍ଟ ଭଳି ଏଆଇ ପରିଚାଳିତ ଡିଭାଇସଗୁଡ଼ିକ ଦ୍ରୁତ ବ୍ୟବହାର କର୍ମଚାରୀମାନଙ୍କୁ ପ୍ରଭାବିତ କରିପାରେ । 

ମାଇକ୍ରୋସପ୍ଟ ଏହାର କାର୍ଯ୍ୟପ୍ରଣାଳୀରେ ଏଆଇକୁ ସାମିଲ କରିବା ଉପରେ ଅଧିକ ଧ୍ୟାନ ଦେଉଛି ଏବଂ ଚଳିତ ବର୍ଷ ଆରମ୍ଭରେ ମାଇକ୍ରୋସପ୍ଟ ସିଇଓ ସତ୍ୟା ନାଡେଲା ସ୍ପଷ୍ଟ କରିଥିଲେ ଯେ, କିପରି ସମସ୍ତ କୋଡ୍‌ର ପ୍ରାୟ ୨୦ରୁ ୩୦ ପ୍ରତିଶତ କୃତ୍ରିମ ବୁଦ୍ଧିମତା ଦ୍ୱାରା ସୃଷ୍ଟି ହୋଇଥିଲା । ମାଇକ୍ରୋସପ୍ଟର କିଛି ବିଭାଗରେ ଏଆଇର ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ଏବଂ ଏହାକୁ ସେହି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ସହିତ ସିଧାସଳଖ ଯୋଡ଼ାଯାଇଛି । 

ଜୁନ୍ ୨୦୨୪ ସୁଦ୍ଧା, ମାଇକ୍ରୋସଫ୍ଟ ପ୍ରାୟ ୨ ଲକ୍ଷ ୨୮ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ଯଦି ଆମେ ଛଟେଇ କଥା କହିବା, ତେବେ ଏହା ବର୍ଷ ପରେ ବର୍ଷ ବୃଦ୍ଧି ପାଉଛି । ଚଳିତ ବର୍ଷ ୨୦୨୫ ମେ ମାସରେ ମାଇକ୍ରୋସପ୍ଟ ପ୍ରାୟ ୬ ହଜାର ଚାକିରି କାଟ କରିଥିଲା ଏବଂ ଜୁନ୍ ମାସରେ ୩୦୦ କର୍ମଚାରୀଙ୍କୁ ବହିଷ୍କାର କରିଥିଲା । ଜୁନ୍ ମାସରେ, ବ୍ଲୁମବର୍ଗ ନ୍ୟୁଜ୍ ରିପୋର୍ଟରେ କୁହାଯାଇଥିଲା ଯେ, ମାଇକ୍ରୋସଫ୍ଟ ହଜାର ହଜାର କର୍ମଚାରୀଙ୍କୁ, ବିଶେଷକରି ସେଲ୍ସ୍ ବିଭାଗରେ, କମାଇବାକୁ ଯୋଜନା କରୁଛି । ମାଇକ୍ରୋସଫ୍ଟ ଏପରି ନିଷ୍ପତ୍ତି ନେଉଥିବା ଏକମାତ୍ର କମ୍ପାନୀ ନୁହେଁ । ଆର୍ଥିକ ଅନିଶ୍ଚିତତା ଏବଂ ପରିଚାଳନା ଖର୍ଚ୍ଚ ହ୍ରାସ ଯୋଗୁଁ ଆମେରିକାର ଅନେକ ବଡ଼ କମ୍ପାନୀ ୨୦୨୫ରେ ଛଟେଇ ପ୍ରକ୍ରିୟାକୁ ଦୋହରାଇଛନ୍ତି । 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.