ଭୁବନେଶ୍ବର,୧୪/୮ : ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସରେ ସ୍କୁଲରେ ରନ୍ଧା ହେବ ମିଡ ଡେ ମିଲ୍ । ସମସ୍ତ DEOଙ୍କୁ ନୋଡାଲ ଅଫିସରଙ୍କ ଚିଠି । ଏଣିକି ସ୍ଵାଧୀନତା ଦିବସ, ସାଧାରଣତନ୍ତ୍ର ଦିବସରେ ସ୍କୁଲରେ ରନ୍ଧା ହେବ ମିଡ ଡେ ମିଲ। ଯଦି ଖିଲାପ ହେଲା ସରକାର ପଦକ୍ଷେପ ନେବେ ବୋଲି କୁହାଯାଇଛି ।
ଓବଜର୍ଭେଶନ ଡେରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ନ ଗଲେ କାର୍ଯ୍ୟାନୁଷ୍ଠନ । ପିଲାଙ୍କ ମିଛ ତଥ୍ୟ ଦେଇ ସ୍କୁଲ କର୍ତ୍ତୃପକ୍ଷ ଘୋଟାଲା କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ପିଲାଙ୍କୁ ଓବଜର୍ଭେଶନ ଡେ ଦିନ ମଧ୍ୟାହ୍ନ ଭୋଜନ ଦେବା ନେଇ ଥିବା ଗାଇଡ ଲାଇନକୁ ପାଳନ କରୁନାହାନ୍ତି ସ୍କୁଲ କର୍ତ୍ତୃପକ୍ଷ । ନେତାଜୀ ଜୟନ୍ତୀ, ସ୍ଵାଧୀନତା ଦିବସ, ଉତ୍କଳ ଦିବସ, ସାଧାରଣତନ୍ତ୍ର ଦିବସ ଆଦି ଦିନରେ ପିଲା ସ୍କୁଲ ଆସି ଏହି ଦିନ ପାଳନ କରିବେ ଓ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହେବା କଥା ।
କିନ୍ତୁ ଅଭିଯୋଗ ଆସିଛି ଏହି ଦିନ ଗୁଡ଼ିକରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆ ନ ଯାଇ ଏ ବାବଦରେ ମିଛ ଖର୍ଚ୍ଚ ରିପୋର୍ଟ ଦେଖାଇ ନିଆଯାଉଛି । ଏହାକୁ ବିଇଓ ଓ ଡିଇଓ ଅଣଦେଖା କରୁଛନ୍ତି ଯାହା ଏଭଳି ଘଟଣାକୁ ବଢ଼ାଉଛି । ତେଣୁ ଏହି ଦିନ ଗୁଡିକରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇବାକୁ ନିର୍ଦ୍ଦେଶ ଓ ଏହା ଉପରେ ନଜର ରଖିବାକୁ ସରକାରଙ୍କ ଚେତାବନୀ ।